ବଢ଼ିଲା କାର୍ତ୍ତି ଚିଦାମ୍ବରମ୍‌ଙ୍କ ଅଡୁଆ, ରୁଜୁ ହେଲା ଆଉ ଏକ ମାମଲା

add-all

ନୂଆଦିଲ୍ଲୀ: ପୁଣି ବଢ଼ିଲା ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି.ଚିଦାମ୍ବରମ୍‌ଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍‌ଙ୍କ ଅଡୁଆ। ଚାଇନା ଭିସା ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କ ବିରୋଧରେ ମନିଲଣ୍ଡରିଂ ମାମଲା ରୁଜୁ କରିଛି।
ଏହାପୂର୍ବରୁ ସୋମବାର ଦିନ ଚୀନ ନାଗରିକଙ୍କୁ ଭିସା ଦେବା ମାମଲାରେ ଅଭିଯୁକ୍ତ ଥିବା କାର୍ତ୍ତି ଚିଦାମ୍ବରମଙ୍କ ଚାଟାର୍ଡ ​​ଆକାଉଣ୍ଟାଣ୍ଟ ଭାସ୍କର ରମଣଙ୍କ ରିମାଣ୍ଡ ଅବଧିକୁ ଅଦାଲତ ଆହୁରି ତିନି ଦିନ ବଢ଼ାଇ ଦେଇଥିଲେ। ମଙ୍ଗଳବାର ତାଙ୍କୁ ପଚରାଉଚରା କରିବା ପରେ ତଦନ୍ତକାରୀ ସଂସ୍ଥା ଭାସ୍କର ରମଣଙ୍କୁ ଗିରଫ କରିଥିଲା।
ସୂଚନା ଥାଉ କି ପଞ୍ଜାବରେ ଏବ ବିଦ୍ୟୁତ କମ୍ପାନୀରେ କାମ କରୁଥିବା ୨୫୦ ଜଣ ଚୀନ୍‌ ନାଗରିକଙ୍କୁ ଗୃହମନ୍ତ୍ରାଳୟ ତରଫରୁ ଭିସା ଜାରି କରାଯାଇଥିଲା। ସିବିଆଇ ଏହି ମାମଲାର ତଦନ୍ତ କରୁଛି। ଏ ମାମଲା ୨୦୧୧ରେ ସାମ୍ନାକୁ ଆସିଥିଲା। ଚାଇନାର ନାଗରିକଙ୍କୁ ଏକ ମାସ ମଧ୍ୟରେ ଭିସା ପ୍ରଦାନ କରାଯାଇଥିଲା, ଯାହା ନିର୍ଦ୍ଧାରିତ ସୀମାଠାରୁ ଅଧିକ ଥିଲା।
ଚେନ୍ନାଇରେ ଜଣେ ବ୍ୟକ୍ତି ଏବଂ ବିଦ୍ୟୁତ କମ୍ପାନୀ ଅଧିକାରୀଙ୍କ ମଧ୍ୟରେ ସାକ୍ଷାତ ପରେ ଏହି ଭିସା ଆବେଦନ କରାଯାଇଥିଲା ବୋଲି ସିବିଆଇ ତା’ବୟାନରେ କହିଛି। ସିବିଆଇ ଅଭିଯୋଗ କରିଛି ଯେ ପି. ଚିଦାମ୍ବରମ୍ ସେତେବେଳେ କେନ୍ଦ୍ର ମନ୍ତ୍ରୀ ଥିଲେ। କାର୍ତ୍ତି ଚିଦାମ୍ବରମଙ୍କ ସହାୟତାରେ ଏହି ଭିସା ଜାରି କରାଯାଇଥିଲା।

ad-week
Leave A Reply

Your email address will not be published.