ଝାରସୁଗୁଡ଼ାରୁ ପ୍ରାୟ ୧୭ ଗ୍ରାମ୍‌ର ବ୍ରାଉନସୁଗର ଜବତ, ୩ ଗିରଫ

add-all

ଝାରସୁଗୁଡା: ଝାରସୁଗୁଡ଼ାରୁ ପ୍ରାୟ ୧୭ ଗ୍ରାମ୍‌ର ବ୍ରାଉନସୁଗର ଜବତ। ଝାରସୁଗୁଡା ଏୟାରପୋର୍ଟ ଛକରୁ ଟାଉନ ଥାନା ପୋଲିସ ଏହି ବ୍ରାଉନସୁଗର ଜବତ କରିଛି। ଏହା ସହ ୩ ଜଣଙ୍କୁ ଗିରଫ କରିଛି ପୋଲିସ। ସେମାନଙ୍କ ନିକଟରୁ ୨ଟି କେଟିଏମ୍ ବାଇକ୍, ୧୩ ହଜାର ୯୦ ଟଙ୍କା ଓ ଗୋଟିଏ ମୋବାଇଲ୍ ଜବତ ହୋଇଛି।

ସୂଚନାନୁଯାୟୀ, କଲିକତା ଓ ରାଞ୍ଚିରୁ ବ୍ରାଉନସୁଗର ଆଣି ମାଫିଆମାନେ ଝାରସୁଗୁଡ଼ାର ବିଭିନ୍ନ ସ୍ଥାନରେ ବିକ୍ରି କରୁଛନ୍ତି। ଏନେଇ ବିଶ୍ଵସ୍ତ ସୂତ୍ରରୁ ଖବର ପାଇବା ପରେ ମଙ୍ଗଳବାର ଅପରାହ୍ନରେ ଟାଉନ ଥାନା ପୋଲିସ ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରି ଚେକିଂ କରୁଥିଲା। ଏହି ସମୟରେ ରାଉରକେଲା ପଟୁ ବ୍ରାଉନସୁଗର ଧରି ଆସୁଥିବା ୩ ଜଣ ଯୁବକଙ୍କ ଠାରୁ ଏୟାରପୋର୍ଟ ଛକରୁ ୧୬.୯୪୦ ଗ୍ରାମର ବ୍ରାଉନସୁଗର ଜବତ ହୋଇଛି। ଏହା ସହ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଏହି ଅଭିଯୁକ୍ତମାନେ ହେଲେ ମଙ୍ଗଳବଜାର ଅଞ୍ଚଳର ଜିତେଶ କୁମ୍ଭାର, ଏମଡି ମୁମତାଜ ଓ ଇରସାଦ ଖାନ। ସେମାନଙ୍କ ନିକଟରୁ ୨ଟି କେଟିଏମ୍ ବାଇକ୍, ୧୩ ହଜାର ୯୦ ଟଙ୍କା ଓ ଗୋଟିଏ ମୋବାଇଲ୍ ଜବତ ହୋଇଛି। ମେଡିକାଲ ପରେ ଆଜି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ କହିଛି।

ad-week
Leave A Reply

Your email address will not be published.