ରାଜଧାନୀରେ ପୋଲିସ ଆଗରେ ଭାଇକୁ ହାଣିଲା ସାନ ଭାଇ

add-all

ଭୁୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ଅସୁରକ୍ଷିତ ହୋଇଗଲଣା ରାଜ୍ୟ ରାଜଧାନୀ । ଦିନ ଦି’ପହରରେ ଆକ୍ରମଣ କରିବାକୁ ପଛାଉ ନାହାନ୍ତି ଦୁର୍ବୁତ୍ତ । କେବଳ ଏତିକି ନୁହେଁ ପୋଲିସ୍ ସାମ୍ନାରେ ମାରଣାସ୍ତ୍ରରେ ଗୋଡ଼ାଇ ଗୋଡ଼ାଇ ହୋଇଛି ଆକ୍ରମଣ ।ରାଜଧାନୀରେ ପୈତୃକ ସମ୍ପତିକୁ ନେଇ ବଡ଼ ଭାଇକୁ ହାଣିଛି ସାନ ଭାଇ । ଲିଙ୍ଗରାଜ ଥାନା ଅନ୍ତର୍ଗତ ବଡୁ ସାହିରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ବେଳେ ସ୍ଥାନୀୟ ଅଚଂଳରେ ଆତଙ୍କ ଖେଳିଯାଇଛି ।

ଘଟଣାସ୍ଥଳରେ ପୋଲିସ୍ ପହଂଚି ରୋକିବା ପାଇଁ ଚେଷ୍ଠା କରିଥିଲେ ମଧ୍ୟ ପୋଲିସ୍ ସହ ମଧ୍ୟ ଠେଲା ପେଲା ହୋଇଥିଲା ଯାହାଫଳରେ ତଳେ ପଡ଼ିଯାଇଥିଲେ ପୋଲିସ୍ । ତେବେ ଏହାର ଭିଡ଼ିଓ ମଧ୍ୟ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ମାରଣାସ୍ତ୍ରରେ ଗୋଟିଏ ପରେ ଗୋଟିଏ ଚୋଟ ବଡ଼ ଭାଇକୁ ମାରି ଚାଲିଥିଲା ସାନ ଭାଇ ।ଏହି ଘଟଣା ପରେ ଗୁରୁତର ଅବସ୍ଥାରେ ବଡ଼ ଭାଇ ଦିପୁନାକୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହିପରି ସେଠାରେ ଥିବା ଜଣେ ମହିଳାଙ୍କୁ ମଧ୍ୟ ଆକ୍ରମଣ କରିବାକୁ ପଛାଇ ନଥିଲା।

ad-week
Leave A Reply

Your email address will not be published.