୧୦ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ କନିଷ୍ଠ କିରାଣି

add-all

ଭୁବନେଶ୍ବର: ୧୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର କିରାଣୀ। ଢେଙ୍କନାଳ ଜିଲା କାମାକ୍ଷାନଗର ବିଇଓ ଅଫିସର କନିଷ୍ଠ କିରାଣୀ ଜୀବନାନନ୍ଦ ଶତପଥୀ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ବକେୟା ଦରମା କରାଇ ଦେବାକୁ ଜଣେ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିବା ସହ ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିଛି।

ଅପରପକ୍ଷେ ଜୀବନାନନ୍ଦଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ ଜିଲାର ୨ଟି ସ୍ଥାନରେ ଚଢାଉ ମଧ୍ୟ କରାଯାଇଛି। ଜୀବନାନନ୍ଦଙ୍କ ବିରୋଧରେ ଅନୁସନ୍ଧାନ ଜାରି ରହିଛି।

ad-week
Leave A Reply

Your email address will not be published.