ୟୁପି ବିଧାନସଭାରେ ଗୃହ କାର୍ଯ୍ୟ ବେଳେ ମୋବାଇଲ ମନା; ଗୃହରେ ମୋବାଇଲ୍‌ ଫୋନ୍‌ ବାଜିଲେ ହେବ ଜବତ

add-all

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ପାଇଁ ଏକ ନୂତନ ନିୟମ ପ୍ରଣୟନ କରିଛନ୍ତି ବାଚସ୍ପତି ସତୀଶ ମହାନା। ନୂତନ ନିୟମ ଅନୁସାରେ ଏଣିକି ଗୃହ କାର୍ଯ୍ୟ ଚାଲିଥିବା ବେଳେ ଗୃହ ଭିତରେ ମୋବାଇଲ ମନା। ଏଥିସହ ଉତ୍ତରପ୍ରଦେଶ ବିଧାନସଭା ବାଚସ୍ପତି ସତୀଶ ମହାନା ଶୁକ୍ରବାର ଗୃହର ସଦସ୍ୟମାନଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ ଯଦି ଗୃହର କାର୍ଯ୍ୟ ସମୟରେ କୌଣସି ବି ସଦସ୍ୟଙ୍କର ମୋବାଇଲ୍‌ ଫୋନ୍‌ ବାଜିବ, ତେବେ ଏହାକୁ ଅବିଳମ୍ବେ ଜବତ କରାଯିବ। ଏହାକୁ ଦୃଷ୍ଟିରେ ରଖି ଗୃହ କାର୍ଯ୍ୟ ଚାଲିଥିବା ବେଳେ ଗୃହର ସଦସ୍ୟମାନଙ୍କୁ ସେମାନଙ୍କର ମୋବାଇଲ୍‌ ଫୋନ୍‌ ବନ୍ଦ ରଖିିବାକୁ ପରାମର୍ଶ ଦେଇଛନ୍ତି ବାଚସ୍ପତି ମହାନା।
ଉଲ୍ଲେଖଯୋଗ୍ୟ, ଗୃହ ଭିତରେ ପ୍ରଶ୍ନକାଳ ଚାଲିଥିବା ବେଳେ ଶୁକ୍ରବାର ଦିନ ଜଣେ ସଦସ୍ୟଙ୍କ ମୋବାଇଲ୍‌ ଫୋନ୍‌ ବାଜିବା ପରେ ବାଚସ୍ପତି ମହାନା ଏହି ନୂଆ ନିୟମ ଲାଗୁ କରିବା ସହ ଚେତାବନୀ ଜାରି କରିଛନ୍ତି।
ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି ବାଚସ୍ପତି ମହାନା କହିଛନ୍ତି, ଗୃହ କାର୍ଯ୍ୟ ଚାଲିଥିବା ବେଳେ ଗୃହ ଭିତରେ ମୋବାଇଲ ବାଜିଲେ ଏହା ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରୁଛି। ଏହାକୁ ଦୃଷ୍ଟିରେ ରଖି ଏପରି କରାଯାଇଛି। ଏଣିକି ଗୃହ କାର୍ଯ୍ୟ ଚାଲିଥିବା ବେଳେ ଯଦି କାହାର ଫୋନ୍‌ ବାଜିବ, ତେବେ ତାହାକୁ ଜବତ କରାଯିବ। ଗୃହ କାର୍ଯ୍ୟ ଚାଲିଥିବା ସମୟରେ, ସଦସ୍ୟମାନେ ସେମାନଙ୍କର ମୋବାଇଲ୍‌ ଫୋନ୍‌ ବନ୍ଦ ରଖିିବା ଉଚିତ ବୋଲି କହିଛନ୍ତି ବାଚସ୍ପତି ମହାନା।

ad-week
Leave A Reply

Your email address will not be published.