ଚିକିଟି : ୫ବାର୍ଷିକ ଠାକୁରାଣୀ ଯାତ୍ରା ଆରମ୍ଭ

add-all

ଚିକିଟି : ଚିକିଟି ସ୍ଥିତ ଏନଏସି ମାର୍କେଟ ଠାରେ ଆବହମାନ କାଳରୁ ଚାଲି ଆସିଥିବା ୫ବାର୍ଷିକ ଠାକୁରାଣୀ ଯାତ୍ରା ଆରମ୍ଭ ହୋଇଛି । ଆଜି ପ୍ରାତଃରୁ ମନ୍ଦିରର ପୂଜକମାନେ ମାଙ୍କୁ କ୍ଷୀର, ଦହି, ମହୁ, ଘିଅ, ନବାତଓ ଫଳରସ ଇତ୍ୟାଦି ରେ ମହାସ୍ନାନ କରି ସିନ୍ଦୁରରେ ମାର୍ଜନା କରାଯାଇ ବିଭିନ୍ନ ପୁଷ୍ପ ବେଲପତ୍ର ଦ୍ୱାରା ଅର୍ଚନା କରାଯାଇ ଭଗବତୀ ଙ୍କ ମହାପୂଜା କରାଗଲା । ମହାପୂଜା ପରେ ମା’ଙ୍କୁ ରୂପା ମୁକୁଟ, ପାଉଞ୍ଜି, ଆଖି, ଜିଭା ପ୍ରଦାନ କରାଗଲା।ଏହା ପରେ ପରେ ବରଣ ମାଳ ନେଇ ମାଙ୍କ ବାପ ଘର ରାମଚନ୍ଦ୍ର ସାହୁଙ୍କ ଘରକୁ ନିମୋତ୍ରଣ କରାଯିବା ପରେ ପରେ କର୍ତ୍ତା ନିମୋତ୍ରଣ କରାଗଲା।ମଧ୍ୟାନ ରେ ବାପଘରୁ ଝିଅକୁ ଡାକରା କରାଯାଇଥିବା ବେଳେ ସନ୍ଧ୍ୟାରେ ଅଞ୍ଚଳର ସୁନାମଧନ୍ୟ ମୁଖ୍ୟ ପୁରହିତ ଅଶୋକ କୁମାର ପାଢୀ ଓ ତ୍ରିପତି ପାଢ଼ୀ ଙ୍କ ତତ୍ୱାବଧାନ ରେ ମାଙ୍କ ମହାପୂଜା ସାଙ୍ଗକୁ ଆବାହନ କରାଯାଇ ମାଙ୍କୁ ଆମନ୍ତ୍ରଣ ପାଇଁ ଫୁଲ ଚାଙ୍ଗୁଡ଼ିଓ ମାଙ୍କ ପ୍ରିୟ ଭୋଗ ଲିଆ ମୁଆ ଲାଗି ପରେ ଫୁଲ ମଣ୍ଡା ଦ୍ୱାରା ମା ମନ୍ଦିରରୁ ବାହାରି ବାପ ଘରକୁ ଯାଇ ପୂଜାଚାର୍ଣ୍ଣ ପରେ ମୁଖ୍ୟ ରାସ୍ତା ଭ୍ରମଣ କରି ଅସ୍ଥାୟୀ ମଣ୍ଡପକୁ ବିଜେ କଲେ। ସଭାପତି ଶ୍ରୀ ଧର୍ମା ସାହୁଙ୍କ ସମେତ,ଉପ ସଭାପତି ସାରତି ସୁବୁଦ୍ଧି,ସମ୍ପାଦକ ପ୍ରଶାନ୍ତ ସାହୁ, କୋଷାଧ୍ୟକ୍ଷ ପ୍ରମଦ ସାହୁ,ସମସ୍ତ ଟ୍ରଷ୍ଟିଓଯାତ୍ରା କମିଟି ମେମ୍ବର ଙ୍କ ସହ ଅଞ୍ଚଳର ବହୁ ଜନସାଧାରଣ ଓ ଭକ୍ତ ସାମିଲ ଥିଲେ।ଆସନ୍ତା ୧୫ ଦିନ ଧରି ଏହି ଯାତ୍ରା ଚାଲିବାକୁ ଥିବା ବେଳେ ସ୍ଥାନୀୟ ପୋଲିସ ଓ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ad-week
Leave A Reply

Your email address will not be published.