ଦେଶବାସୀଙ୍କ ମୁଣ୍ଡ ନଇଁଲା ଭଳି କିଛି କାମ କରିନି : ମୋଦି

add-all

ରାଜକୋଟ: ବିଗତ ୮ ବର୍ଷ ହେବ ଦେଶର ସେବା କରିବାରେ ସେ କୌଣସି ଅବହେଳା କରିନାହାନ୍ତି। ଏହି ୮ ବର୍ଷ ଭିତରେ ସେ ଏମିତି କିଛି କାମ କରିନାହାନ୍ତି ଯେଉଁଥି ପାଇଁ ଦେଶବାସୀଙ୍କୁ ଲାଜରେ ମୁଣ୍ଡ ନଇଁବାକୁ ପଡ଼ିବ। ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୁଜରାଟ ଗସ୍ତରେ ଥିବା ମୋଦି ଆଜି ରାଜକୋଟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି। ଏହି ଅବସରେ ରାଜକୋଟରେ ମୋଦି ୨୦୦ ଶଯ୍ୟା ବିଶିଷ୍ଟ ମଲଟି-ସ୍ପେସିଆଲିଟି ହସପିଟାଲ ଉଦଘାଟନ କରିଥିଲେ। ମୋଦି କହିଥିଲେ ଯେ, ଦେଶର ସେବା କରିବାରେ ସେ ତିଳେମାତ୍ର ଅବହଳା କରିନାହାନ୍ତି।
ମୁଁ ସେମିତି କିଛି କାମ କରିବାକୁ ଅନୁମତି ଦେଇ ନାହିଁ କିମ୍ବା ନିଜେ ମଧ୍ୟ ବ୍ୟକ୍ତିଗତ ଭାବେ କରିନାହିଁ, ଯେଉଁଥି ପାଇଁ ଦେଶର ଜଣେ ବ୍ୟକ୍ତି ଲାଜରେ ମୁଣ୍ଡ ନୂଆଁଇବ। ଗତ ୮ ବର୍ଷ ମଧ୍ୟରେ ଦେଶ ନିର୍ମାଣରେ ନିଷ୍ଠାପର ଭାବେ କାମ କରିଛୁ। ଜାତିର ପିତା ମହାତ୍ମା ଗାନ୍ଧି ଏବଂ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ସ୍ୱପ୍ନର ଭାରତ ଦିଗରେ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି ସମୟ ମଧ୍ୟରେ ସରକାର ଗରିବଙ୍କ ଉନ୍ନତି ପାଇଁ କାମ କରିଛନ୍ତି।
ଗରିବଙ୍କ କଲ୍ୟାଣ ଲାଗି ସରକାର ଅନେକ ସ୍କିମ ଆଣିଛନ୍ତି। ଯାହା ସେମାନଙ୍କ ଉଚ୍ଚମାନର ଜୀବନ ଧାରଣରେ ସହାୟକ ହୋଇପାରିଛି। କୋଭିଡ୍‌ ସମୟରେ ଦେଶବାସୀଙ୍କ ପାଇଁ ଶସ୍ୟ ଭଣ୍ଡାର ଖୋଲି ଦିଆଯାଇଛି। ସେହିପରି ସମସ୍ତ ଦେଶବାସୀଙ୍କୁ ମାଗଣାରେ ଟିକା ଦିଆଯାଇଥିବା ମୋଦି କହିଥିଲେ।

ad-week
Leave A Reply

Your email address will not be published.