
ବ୍ରହ୍ମପୁର (୨୮/୦୫) : ଶୋଷିତ, ନିଷ୍ପେସିତ ଶ୍ରମଜୀଵୀ ଜନଗଣଙ୍କ ଆନ୍ଦୋଳନ ର ସାଲିସ ବିହୀନ ନେତା ତଥା ସି.ପି.ଆଇ(ଏମ୍ ଏଲ୍) ରେଡଷ୍ଟାର ର ପୂର୍ବତନ ଓଡ଼ିଶା ରାଜ୍ୟ ସମ୍ପାଦକ ତଥା ପଲିଟ୍ ବ୍ୟୁରୋ ସଦସ୍ୟ କମ୍ରେଡ ଶିବରାମ ଙ୍କ ଗତ ତା ୨୮ ମଇ ୨୦୨୧ ରେ କୋଭିଡରେ ଅକାଳ ମୃତ୍ୟୁ ହୋଇ ବାମପନ୍ଥୀ ଆନ୍ଦୋଳନରେ ଏକ ବିରାଟ ଶୂନ୍ୟ ସ୍ଥାନ ସୃଷ୍ଟି କରିଛି। କମ୍ରେଡ ଶିବରାମ ଙ୍କ ପ୍ରଥମ ମୃତ୍ୟୁ ବାର୍ଷିକୀ ଅବସରରେ ଆଜି ସ୍ଥାନୀୟ ଗେଟ୍ ବଜାର ସ୍ଥିତ ଏନ୍ ଜି ଓ ହଲଠାରେ ସି.ପି.ଆଇ(ଏମ୍ ଏଲ୍)ରେଡଷ୍ଟାର ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲା ସମ୍ପାଦକ ଶଙ୍କର ସାହୁ ଙ୍କ ଅଧ୍ୟକ୍ଷତାରେ ସ୍ମରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ କମ୍ରେଡ ଶିବରାମଙ୍କ ଫୋଟ ଚିତ୍ରରେ ବରିଷ୍ଠ ଆଇନଜୀବି ଭଗବାନ ସାହୁ ଏବଂ ସମସ୍ତ ଅତିଥି ପୁଷ୍ପମାଲ୍ୟ ଅର୍ପଣ ପରେ ପେଦିନୀ ପାର୍ବତୀ କମ୍ରେଡ ଶିବରାମଙ୍କ ଜୀବନୀ ସମ୍ପର୍କରେ ପ୍ରାରମ୍ଭିକ ଭାଷଣ ପ୍ରଦାନ କରିଥିଲେ । ଏହି ସଭାରେ ବରିଷ୍ଠ ଆଇନଜୀବି ଭଗବାନ ସାହୁ, ସି.ପି.ଆଇ(ଏମ୍) ର ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ବେହେରା, ଏମ୍.ୟୁ.ସି.ଆଇ(କମ୍ୟୁନିଷ୍ଟ)ର ଜିଲ୍ଲା ସମ୍ପାଦକ ସୋମନାଥ ବେହେରା, ସିପିଆଇ (ଏମ୍ ଏଲ୍)ର ଜିଲ୍ଲା ସମ୍ପାଦକ ନିରାକାର ନାୟକ, ଆଇଏଫଟିୟୁ ର ପ୍ରତାପ ପ୍ରଧାନ, ବାମସେଫ ର ଶିବରାମ, ଆମ ଆଦମୀ ପାର୍ଟି ର ସୁବାଷ ଚନ୍ଦ୍ର ରାଉତ, ବରିଷ୍ଠ ଆଇନଜୀବି ସୁବ୍ରମଣ୍ୟମ ରାଓ, ମାନବ ଅଧିକାର ସୁରକ୍ଷା ମଞ୍ଚ ର ଅବନୀ ଗୟା, ଜୀବନ ଜୀବିକା ଓ ପରିବେଶ ସୁରକ୍ଷା ମଞ୍ଚ ର ଗୁରୁଦେବ ବେହେରା, ସାମାଜିକ କର୍ମୀ ଲକ୍ଷ୍ମୀ ନୃସିଂହ ରଥ ଆଦି ଉପସ୍ଥିତ ରହି କମ୍ରେଡ ଶିବରାମଙ୍କ ସ୍ମୃତି ଚାରଣ ସହ ତାଙ୍କ ରାଜନୈତିକ ଜୀବନରେ ତ୍ୟାଗ ଓ ସଂଘର୍ଷ ବଳରେ କିପରି ଶୂନ୍ୟ ରୁ ଆରମ୍ଭ କରି ଏକ ବିପ୍ଳବୀ କମ୍ୟୁନିଷ୍ଟ ପାର୍ଟି ସି.ପି.ଆଇ(ଏମ୍ ଏଲ୍) ରେଡଷ୍ଟାର ପାର୍ଟି କୁ ରାଜ୍ୟ ରେ ପ୍ରତିଷ୍ଠା କରିବା ସହ ପଲିଟ୍ ବ୍ୟୁରୋ ସଦସ୍ୟ ହେବା ଏବଂ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ସୁଖ୍ୟାତି ଅର୍ଜନ କରିବା ତାହା ସଦା ସର୍ବଦା ଆଗାମୀ ପିଢ଼ି ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଅଣସଂଗଠିତ ଶ୍ରମିକ ଓ ବସ୍ତିବାସିନ୍ଦା ଙ୍କୁ ସମ୍ମାନ ର ସହ ବଞ୍ଚିବା ପାଇଁ ସେ ଏକ ନୂତନ ବ୍ୟବସ୍ଥା ତିଆରି କରିବାରେ ସଫଳତା ହାସଲ କରିଛନ୍ତି । ସେଥିପାଇଁ ବସ୍ତିବାସିନ୍ଦା ଙ୍କ ସେ ଅତି ଆପଣାର ନେତା । ବସ୍ତିବାସିନ୍ଦାଙ୍କ ସର୍ବଭାରତୀୟ ସ୍ତରରେ ସମନ୍ୱୟ ପ୍ରତିଷ୍ଠା ତାଙ୍କ ଏକ ଉଲ୍ଲେଖନୀୟ ଅବଦାନ । ଅନ୍ୟ ମାନଙ୍କ ମଧ୍ୟରେ ଆଦିତ୍ୟ ରଥ, ଗଗନ ଚନ୍ଦ୍ର ମଲ୍ଲିକ, ଗୁରୁଦେବ ବେହେରା, ଶିବରାମ ସାହୁ,ଅରୁଣ ବେହେରା, ଗୈାତମ ନାହାକ, ରାମଚନ୍ଦ୍ର ବାଡତ୍ୟା, ପି.ପାର୍ବତୀ, ଅକ୍ଷୟ ସାହୁ, ଭଗବାନ ପ୍ରଧାନ, ମାହେଶ୍ୱରୀ ଦାଶ, ବି ବୁଦ୍ଧିଆ, ସାବିତ୍ରୀ ବେହେରା, ନମିତା ନାୟକ, ରୀନା ଦାଶ, ବିଭୁତି ସ୍ବାଇଁ ଆଦିଙ୍କୁ କମ୍ରେଡ ଶିବରାମ ସମ୍ମାନରେ ସମ୍ମାନିତ କରାଯାଇଥିଲା ତତସହିତ ମାମା ନାୟକ, ଡି ତୁଳସୀ, ବି ଯଶୋଦା, ସନ୍ତୋଷୀ ନାୟକ, ନର୍ମଦା ଦାଶ ଆଦି ମେଧାବୀ ଛାତ୍ରୀଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି।