ଆପଣଙ୍କ ପିଲାଙ୍କୁ ଗୁଣ୍ଡା ଓ ଦୁଷ୍କର୍ମକାରୀ କରିଦେବ ବିଜେପି: କେଜ୍ରିୱାଲ

add-all

ଚଣ୍ଡୀଗଡ଼: ହରିୟାଣାରେ ଆଜି କେନ୍ଦ୍ର ସରକାରଙ୍କ ବିରୋଧରେ ବର୍ଷିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ। ରବିବାର ଦିନ କୁରୁକ୍ଷେତ୍ରରେ ଆମ ଆଦମୀ ପାର୍ଟିର ‘ଅବ ବଦଲେଗା ହରିୟାଣା’ ସମାବେଶରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଯୋଗ ଦେଇଥିଲେ। ଏହି ସମୟରେ ସେ ବିଜେପିକୁ ଟାର୍ଗେଟ କରି କହିଛନ୍ତି ଯେ, ଆପଣଙ୍କ ପିଲାଙ୍କୁ ଗୁଣ୍ଡା ଓ ଦୁଷ୍କର୍ମକାରୀ କରିଦେବ ବିଜେପି।
କେନ୍ଦ୍ରରେ ମୋଦୀ ଏବଂ ମନୋହର ଲାଲ ଖଟ୍ଟରଙ୍କ ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ ଯେଉଁମାନେ ଚାହୁଁଛନ୍ତି ଯେ ସେମାନଙ୍କ ପିଲାମାନେ ଗୁଣ୍ଡା, ଦଙ୍ଗାକାରୀ ଏବଂ ଦୁଷ୍କର୍ମକାରୀ ହୁଅନ୍ତୁ, ସେମାନେ ନିଜ ପିଲାଙ୍କୁ ବିଜେପି ପାଖକୁ ପଠାନ୍ତୁ ଓ ବିଜେପିକୁ ଭୋଟ ଦିଅନ୍ତୁ। ବିଜେପି ତୁମ ପିଲାମାନଙ୍କୁ କେବେବି ଚାକିରି ଦେବ ନାହିଁ କାରଣ ସେମାନେ ନିଜ ପାର୍ଟି ପାଇଁ ବେକାର ବସିଥିବା ଗୁଣ୍ଡା ଆବଶ୍ୟକ କରନ୍ତି। ସେମାନେ ଆପଣଙ୍କ ପିଲାମାନଙ୍କୁ ଦଙ୍ଗା କରିବା କଥା ଶିଖାଇବା ସହ ନିଜ ପିଲାମାନଙ୍କୁ ବିଦେଶ ପଠାଇବେ।
ଏହା ସହ କେଜ୍ରିୱାଲ କହିଥିଲେ ଯେ, ଦିଲ୍ଲୀର ସରକାରୀ ବିଦ୍ୟାଳୟରେ ୧୮ ଲକ୍ଷ ପିଲା ପାଠ ପଢୁଛନ୍ତି, ଯେଉଁମାନଙ୍କର ଭବିଷ୍ୟତ ଅନ୍ଧକାରରେ ଥିଲା। ସେହିଭଳି, ହରିୟାଣାରେ ଲକ୍ଷ ଲକ୍ଷ ପିଲାଙ୍କ ଭବିଷ୍ୟତ ଅନ୍ଧକାରରେ ଅଛି। ଆମକୁ ଥରେ ସୁଯୋଗ ଦିଅ, ମୁଁ ହରିୟାଣାର ସମସ୍ତ ସରକାରୀ ବିଦ୍ୟାଳୟକୁ ବଦଳାଇଦେବି। ଦିଲ୍ଲୀର ସରକାରୀ ବିଦ୍ୟାଳୟଗୁଡ଼ିକ ଏହାର ପ୍ରମାଣ। ଗରିବ ପିଲାମାନେ ମଧ୍ୟ ଇଞ୍ଜିନିୟର ଏବଂ ଡାକ୍ତର ହେବେ। ଆମେ ଗତ ୭ବର୍ଷ ମଧ୍ୟରେ ଦିଲ୍ଲୀର ଘରୋଇ ବିଦ୍ୟାଳୟରେ ଫି ବୃଦ୍ଧି କରିବାକୁ ଅନୁମତି ଦେଇନାହୁଁ । ଅଭିଭାବକମାନେ ବେସରକାରୀ ବିଦ୍ୟାଳୟରୁ ପ୍ରାୟ ୪ ଲକ୍ଷ ପିଲାଙ୍କର ନାମ କଟାଯାଇ ସରକାରୀ ବିଦ୍ୟାଳୟରେ ଆଡମିଶନ କରାଯାଇଛି । ଟ୍ରମ୍ପଙ୍କ ପତ୍ନୀ ଆମ ସ୍କୁଲକୁ ଦେଖିବାକୁ ଆସିଥିଲେ।

ad-week
Leave A Reply

Your email address will not be published.