ଜାଲ୍‌ ନୋଟ୍‌ ସଂଖ୍ୟା ବଢ଼ିଥିବା ଜଣାପଡ଼ିବାରୁ ‘ବିମୁଦ୍ରାୟନ’ ପାଇଁ କେନ୍ଦ୍ର ସରକାରଙ୍କୁ ସମାଲୋଚନା କଲେ କଂଗ୍ରେସ ଓ ତୃଣମୂଳ କଂଗ୍ରେସ

add-all

ମୁମ୍ବାଇ: ୨୦୨୧-୨୨ ଆର୍ଥିକ ବର୍ଷରେ ଜାଲ୍‌ ନୋଟ୍‌ ସଂଖ୍ୟା ବୃଦ୍ଧି ପାଇଥିବା କଥା ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ରିପୋର୍ଟରୁ ଜଣାପଡ଼ିବା ପରେ ବିରୋଧୀ ଦଳମାନେ କେନ୍ଦ୍ର ସରକାରଙ୍କ ବିମୁଦ୍ରାୟନ ପଦ‌କ୍ଷେପକୁ ତୀବ୍ର ସମାଲୋଚନା କରିଛନ୍ତି।
ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ସଦ୍ୟତମ ରିପୋର୍ଟ ଅନୁସାରେ, ଗତ ଆର୍ଥିକ ବର୍ଷ ତୁଳନାରେ ଚଳିତ ଆର୍ଥିକ ବର୍ଷରେ ୧୦୧.୯% ଅଧିକ ଜାଲ୍‌ ୫୦୦ ଟଙ୍କିଆ ନୋଟ୍‌ ଏବଂ ୫୪.୧୬% ଅଧିକ ଜାଲ୍‌ ୨୦୦୦ ଟଙ୍କିଆ ନୋଟ୍‌ ଚିହ୍ନଟ କରିଛି।
କଳାଟଙ୍କା ବାହାର କରିବା ଛଡ଼ା, ଜାଲ୍ ନୋଟ୍‌ର ମୂଳୋତ୍ପାଟନ ୨୦୧୬ରେ ଘୋଷିତ ବିମୁଦ୍ରାୟନ ଅନ୍ୟ ଏକ କାରଣ ବୋଲି କେନ୍ଦ୍ର ସରକାର କହିଥିଲେ।
ଏବେ ରିଜର୍ଭ ବ୍ୟାଙ୍କ୍‌ର ସଦ୍ୟତମ ତଥ୍ୟାବଳୀ ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ ଟୁଇଟ୍‌ କରିଛନ୍ତି, ବିମୁଦ୍ରାୟନର ଏକମାତ୍ର ସ‌ୌଭାଗ୍ୟପୂର୍ଣ୍ଣ ସଫଳତା ଥିଲା ଭାରତୀୟ ଅର୍ଥନୀତିକୁ ‘ଟର୍ପିଡୋ’ରେ (ଜାହାଜ ବୁଡ଼ାଇବା ଅଥବା ଆକ୍ରମଣ କରିବା ପାଇଁ କ୍ଷେପଣାସ୍ତ୍ର ଭଳି ଅସ୍ତ୍ର) ଆକ୍ରମଣ କରିବା।
ସେହିଭଳି, ‘ତୃଣମୂଳ କଂଗ୍ରେସ’ ନେତା ଡେରେକ୍‌ ଓ’ବ୍ରିଏନ୍‌ ମଧ୍ୟ ଟୁଇଟ୍‌ କରି ଲେଖିଛନ୍ତି: ନମସ୍କାର ଶ୍ରୀଯୁକ୍ତ ମୋଦୀ। ବିମୁଦ୍ରାୟନ? ମନେପଡୁଛି? ମମତା ବାନାର୍ଜୀ କେମିତି ତତ୍‌କ୍ଷଣାତ୍‌ ଆପଣଙ୍କୁ ଚାଲେଞ୍ଜ୍‌ କରିଥିଲେ? ବିମୁଦ୍ରାୟନ ଦେଶରୁ ସବୁ ଜାଲ୍‌ ନୋଟ୍‌ ହଟାଇ ଦେବ ବୋଲି ଆପଣ ଦେଶବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଜାଲ୍‌ ନୋଟ୍‌ ବିପୁଳ ମାତ୍ରାରେ ବୃଦ୍ଧି ପାଉଛି ବୋଲି ରିଜର୍ଭ ବ୍ୟାଙ୍କ୍‌ ସଦ୍ୟତମ ରିପୋର୍ଟରେ ଉଲ୍ଲେଖ କରିଛି।

ad-week
Leave A Reply

Your email address will not be published.