ଚାଷୀ ନେତା ରାକେଶ ଟିକାୟତଙ୍କୁ କାଳି ମାଡ଼

add-all

ବେଙ୍ଗାଲୁରୁ: ସୋମବାର ବେଙ୍ଗାଲୁର ପ୍ରେସ କ୍ଲବରେ ଚାଷୀ ନେତା ରାକେଶ ଟିକାୟତଙ୍କ ଉପରକୁ ଦୁର୍ବୃତ୍ତମାନେ କାଳି ମାଡ଼ କରିଛନ୍ତି। ଭାରତୀୟ କୃଷକ ସଙ୍ଗଠନର ପୂର୍ବତନ ଉପଦେଷ୍ଟା ରାକେଶ ଟିକାୟତ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଉଥିବା ବେଳେ ତାଙ୍କୁ ଏଭଳି ଅସଚାଚରଣ କରାଯାଇଛି। ଏହି ଦୁର୍ବୃତ୍ତମାନେ ସ୍ଥାନୀୟ ଚାଷୀ ନେତା କୋଡିହାଲି ଚନ୍ଦ୍ରଶେଖରଙ୍କ ସମର୍ଥକ ବୋଲି ଜଣାପଡ଼ିଛି। ପୂର୍ବରୁ ଚନ୍ଦ୍ରଶେଖର ଏକ ସାମ୍ବାଦିକ ସମ୍ମଳିନୀ କରିଥିଲେ। ସେଥିରେ ତାଙ୍କ ଉପରେ ମିଥ୍ୟା ଆରୋପ ଲାଗିବା କଥା ଅଭିଯୋଗ ଆଣିଥିଲେ ।
ତାଙ୍କ ନାମରେ ବସ ଷ୍ଟ୍ରାଇକ୍‌ ବନ୍ଦ ପାଇଁ ବଟି ଆଦାୟ କରିଥିବା ଅଭିଯୋଗ ହୋଇଥିଲା। ଏହି ସାମ୍ବାଦିକ ସମ୍ମଳନୀରେ ଚନ୍ଦ୍ରଶେଖର ଚାଷୀ ନେତା ଟିକାୟତଙ୍କ ସହ ଅନେକ କେନ୍ଦ୍ରୀୟ ନେତାଙ୍କ ନାମ ନେଇଥିଲେ। ଚନ୍ଦ୍ରଶେଖର ଜଣେ ଠକ ବୋଲି ଟିକାୟତ କହିଥିବା ସେ ଅଭିଯୋଗ କରିଥିଲେ। ଏହାକୁ ନେଇ କେନ୍ଦ୍ରୀୟ ଚାଷୀ ନେତା ଓ ସ୍ଥାନୀୟ ଚାଷୀ ନେତାଙ୍କ ମଧ୍ୟରେ ମତଭେଦ ହୋଇଥିଲା। ଏହାକୁ ନେଇ ଚନ୍ଦ୍ରଶେଖରଙ୍କ ସମର୍ଥକମାନେ କ୍ରୋଧାନ୍ନିତ ହୋଇ ଟିକାୟତଙ୍କ ଉପରକୁ କାଳି ମାଡ଼ କରିଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ୩ ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ଆନ୍ଦୋଳନରେ ମୁଖ୍ୟ ଭୂମିକା ନେଇଥିଲେ ଟିକାୟତ। ତାଙ୍କ ନେତୃତ୍ୱରେ ଆନ୍ଦୋଳନ ସଫଳ ହୋଇଥିବା ବେଳେ କେନ୍ଦ୍ର ସରକାର ଶେଷରେ ମୁଣ୍ଡ ନୂଆଁବାକୁ ବାଧ୍ୟ ହୋଇଥିଲେ।

ad-week
Leave A Reply

Your email address will not be published.