ବାହାରିଲା ସିଭିଲ ସର୍ଭିସ୍ ପରୀକ୍ଷା ଫଳ

add-all

ଭୁବନେଶ୍ୱର : ୨୦୨୧ ମସିହାର ସିଭିଲ ସର୍ଭିସ୍ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ୟୁପିଏସ୍‌ସି ଦ୍ୱାରା ପରିଚାଳିତ ଏହି ପରୀକ୍ଷାରେ ଏଥର ୬୮୫ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ପ୍ରଥମ ସ୍ଥାନ ହାସଲ କରିଛନ୍ତି ଶ୍ରୁତି ଶର୍ମା। ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ସ୍ଥାନକୁ ବି ଝିଅମାନେ କବ୍‌ଜା କରିଛନ୍ତି। ଅର୍ଥାତ୍ ପ୍ରଥମ ଚାରିଟି ସ୍ଥାନରେ ଚାରି ଜଣ ଝିଅ ରହିଛନ୍ତି। ଦ୍ୱିତୀୟ ସ୍ଥାନରେ ଅଙ୍କିତା ଅଗ୍ରୱାଲ ରହିଥିବା ବେଳେ ତୃତୀୟରେ ଜାମିନି ସିଂଗଲ ଓ ଚତୁର୍ଥରେ ଐଶ୍ୱର୍ଯ୍ୟା ବର୍ମା ରହିଛନ୍ତି।
ଅନ୍ୟପକ୍ଷରେ ଓଡ଼ିଶାର ଅଙ୍କୁର ଦାସ ୫୨ତମ ସ୍ଥାନରେ ଥିବା ବେଳେ କାର୍ତ୍ତିକ ପାଣିଗ୍ରାହୀ ୬୩ତମ ସ୍ଥାନରେ ରହିଛନ୍ତି। ସେହିପରି ଗୌରବ କୁମାର ଅଗ୍ରୱାଲ ୮୬ ନମ୍ବର ସ୍ଥାନରେ ରହିଥିବା ବେଳେ ଦୁର୍ଗା ପ୍ରସାଦ ଅଧିକାରୀ ୨୦୫, ବିଶ୍ୱ ବିଶ୍ରୁତ ତ୍ରିପାଠୀ ୨୩୨, ଅନୁପ ଗର୍ଗ ୨୬୯, ସମୀର କୁମାର ଜେନା ୨୭୩, ସୌମ୍ୟରଞ୍ଜନ ପ୍ରଧାନ ୩୦୬, ହର୍ଷିତ ମେହେର ୩୭୬ ଓ ମାନସ ରଞ୍ଜନ ସାହୁ ୫୧୩ ନମ୍ବର ସ୍ଥାନରେ ରହିଛନ୍ତି।
କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୮୦ ଜଣ ଆଇଏଏସ୍‌, ୨୦୦ ଜଣ ଆଇପିଏସ୍‌ ଓ ୩୭ ଜଣ ଆଇଏଫ୍‌ଏସ୍‌ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।

ad-week
Leave A Reply

Your email address will not be published.