୨୫ ତମ ଦିନରେ ଠାକୁରାଣୀଙ୍କ ଯାତ୍ରା : ବ୍ଯାଘ୍ରଦେବୀଙ୍କ ମନ୍ଦିରରେ ପଂଚ ଠାକୁରାଣୀଙ୍କ ସହ ମା କାଳୀ…

add-all
ଫୁଲବାଣୀ ଜିଲ୍ଲା ପ୍ରତିନିଧି // ନିସର୍ତ୍ତ

ଫୁଲବାଣୀ :-ଫୁଲବାଣୀ ରେ ମା ନାରାୟଣୀଙ୍କ ସମେତ ପଂଚ ଦେବୀ ପଂଚ ଠାକୁରାଣୀଙ୍କ ଯାତ୍ରାର ୨୫ ତମ ଦିନର ପହଞ୍ଚିଛି। ଏହି ଅବସରରେ ସମଗ୍ର ଫୁଲବାଣୀ ସହର ଉତ୍ସବ ମୁଖରିତ ହୋଇ ଯାଇଛି। ଏହି ଅବସରରେ ଯାତ୍ରା ପଡିଆରେ ପଂଚ ଠାକୁରାଣୀଙ୍କ ସଂନ୍ଧ୍ଯା ଆଳତି ରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭୀଡ ଦେଖିବାକୁ ମିଳିଥିଲା। ପରେ ପଂଚ ଦେବୀ ମାନେ ନଗର ଭ୍ରମଣ ରେ ବାହାରି ସ୍ଥାନୀୟ କୋର୍ଟ ଛକ ବଜାର କମିଟି ଦ୍ବାରା ଆୟୋଜିତ ପୂଜା ଅର୍ଚ୍ଚନା ପରେ ପରେ ପଂଚ ଦେବୀଙ୍କ ମଧ୍ୟ ରେ ଥିବା ମା ବ୍ଯାଘ୍ରଦେବୀଙ୍କ ମନ୍ଦିର ରେ ପରିଚାଳନା କମିଟି ପକ୍ଷରୁ ଅୟୋଜିତ ଭୋଗ ଧୁପଦୀପ ପୂଜା ଅର୍ଚ୍ଚନା ଓ ହୋମ ଯଜ୍ଞ ଆଦିରେ ଦେବୀ ମାନଙ୍କୁ ପୂଜା କରାଯାଇଥିଲା। ଏହି ଅବସରରେ ମନ୍ଦିର କମିଟି ପକ୍ଷରୁ ଦିନ ତମାମ ଅନ୍ନ ଭୋଗ ପଣା ଏବଂ ଭୋଗ ଆଦି ବଣ୍ଟନ କରା ଯାଇଥିଲା। ସଂନ୍ଧ୍ଯାରେ ଗଞ୍ଜାମ ଜିଲ୍ଲାର ଭାରତ ଲୀଳା ନାଟକକୁ ଶତାଧିକ ଭକ୍ତ ମାନେ ଉପଭୋଗ କରିଥିଲେ। ମନ୍ଦିର ପରିଚାଳନା କମିଟିର ମୁଖ୍ୟ ଅଜୟ ସିଂଙ୍କ ନେତୃତ୍ବରେ ପ୍ରଶାନ୍ତ କୁମାର ବେହେରା, ବସନ୍ତ କୁମାର ରଥ, ମନ୍ଦିର ପୂଜକ ବିନୋଦ ମହାପାତ୍ର ଏବଂ ଅଂଚଳର ସମସ୍ତ ଯୁବକ ମାନେ ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ। ଅନ୍ୟ ଦିନ ମାନଙ୍କ ପରି ସ୍ଥାନୀୟ କରୋନେସନ ପଡିଆରେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ କଣ୍ଟାବାଞ୍ଜି ରୁ ଆସିଥିବା ରୁକୁସୁନା ଅନୁଷ୍ଠାନ ପକ୍ଷରୁ ନୃତ୍ୟ ଓ ସଂଗୀତ ପରିବେଷଣ କରାଯାଇଥିଲା। ହାଇସ୍କୁଲ ପଡିଆ ଠାରେ ମିନାବଜାରରେ ମଧ୍ୟ ଲୋକଙ୍କର ଭୀଡ ଦେଖିବାକୁ ମିଳିଥିଲା।

ad-week
Leave A Reply

Your email address will not be published.