ଋତୁସ୍ରାବ ସ୍ୱଚ୍ଛତା ଦିବସ ପାଳିତ…

add-all


ଫୁଲବାଣୀ:-ଅନ୍ତର୍ଜାତୀୟ ସଂଗଠନ ସେଭ୍ ଦି ଚିଲ୍ଡରେନ୍ ତରଫରୁ କ ନୁଆଗାଁ ବ୍ଳକ୍ ର ସାରଂଗଡ ଓ ବଣ୍ଡଗୁଡା ଠାରେ ( ଋତୁସ୍ରାବ ସ୍ୱଚ୍ଛତା ଦିବସ) ପାଳନ ହୋଇଯାଇଛି। ପଂଚାୟତରେ ପୃଥକ ପୃଥକ ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମରେ ୧୦୦ ରୁ ଅଧିକ କିଶୋରୀ ବାଳିକା , ମହିଳା ସ୍ୱାସ୍ଥ୍ୟକର୍ମୀ ମାନେ ଅଂଶଗ୍ରହଣ କରି କିଶୋରୀ ବାଳିକା ଓ ମହିଳାଙ୍କ ପାଇଁ ରହିଥିବା ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଓ ଋତୁସ୍ରାବ ଜନିତ ସ୍ୱଚ୍ଛତା ବିଷୟରେ ସେଭ୍ ଦି ଚିଲ୍ଡରେନ୍ ର କର୍ମକର୍ତ୍ତାଙ୍କ ଦ୍ୱାରା ସଚେତନ ହୋଇଥିଲେ।
ସରକାରଙ୍କ ଦ୍ୱାରା ଆଶାଂକ ଜରିଆରେ ମିଳୁଥିବା ଖୁସି ସାନିଟାରି ପେଡ୍ ମାସକୁ ଜଣକା ପିଛା ଗୋଟିଏ ଲେଖାଏଁ ଦିଆଯାଉଛି । ତେଣୁ ଏହି ଅଞ୍ଚଳର କିଶୋରୀ ବାଳିକା ମାନେ ଏକ ଅଭିନବ ପ୍ରୟାସ “ପେଡ୍ ବ୍ୟାଂକ୍” କରି ସ୍ଥାନୀୟ ଲୋକଙ୍କ ଠାରୁ ପେଡ୍ ସଂଗ୍ରହ କରି ଗରିବ ଶ୍ରେଣୀର କିଶୋରୀ ମାନଙ୍କୁ ମାଗଣାରେ ପ୍ରଦାନ କରୁଛନ୍ତି। ଏଠାରେ କିଶୋରୀ ମାନେ ପର୍ଯ୍ୟାପ୍ତ ପରିମାଣର ପେଡ୍ ପହଂଚାଇବା ପାଇଁ ସରକାରଙ୍କୁ ନିବେଦନ କରିଥିଲେ। ସ୍ୱେଚ୍ଛାସେବୀ ପ୍ରିୟତମା ନାୟକ ଓ ସରସ୍ୱତୀ ବିନ୍ଧାଣୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ad-week
Leave A Reply

Your email address will not be published.