ରାଜ୍ୟସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ

add-all

ନୂଆଦିଲ୍ଲୀ: ବିଜେପି ପରେ ରାଜ୍ୟସଭା ପାଇଁ ୧୦ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ। ୭ଟି ରାଜ୍ୟରୁ ୧୦ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଏଆଇସିସି। ତାମିଲନାଡୁରୁ ପି. ଚିଦାମ୍ବରମ, ଛତିଶଗଡ଼ରୁ ରାଜୀବ ଶୁକ୍ଳାଙ୍କ ନାମ ଘୋଷଣା କରାଯାଇଛି। ସେହିପରି ହରିୟାଣାରୁ ଅଜୟ ମାକେନ, ରାଜସ୍ଥାନରୁ ରଣଦୀପ ସିଂ ସୂର୍ଯେୱାଲା ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି।
ସେହିପରି ଭାରତୀୟ ଜନତା ପାର୍ଟି ରବିବାର ରାଜ୍ୟସଭା ନିର୍ବାଚନ ପାଇଁ ୧୬ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। କର୍ଣ୍ଣାଟକରୁ କେନ୍ଦ୍ର ମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ମହାରାଷ୍ଟ୍ରରୁ ପୀୟୁଷ ଗୋୟଲଙ୍କ ନାମ ଘୋଷଣା କରାଯାଇଛି। ଆସନ୍ତା ଜୁନ୍ ୧ରେ ୫୭ ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ। ଏହି ଆସନଗୁଡିକ ହରିୟାଣା, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, କର୍ଣ୍ଣାଟକ ଏବଂ ତାମିଲନାଡୁ ସମେତ ୧୫ଟି ରାଜ୍ୟରେ ନିର୍ବାନ ହେବ। ସେଥିରେ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟ ରହିଛି।

ad-week
Leave A Reply

Your email address will not be published.