ପୁଲ୍‌ୱାମା ଏନ୍‌କାଉଣ୍ଟର୍‌ରେ ୨ ଜୈଶ୍‌ ଆତଙ୍କବାଦୀ ନିହତ; ଅସ୍ତ୍ରଶସ୍ତ୍ର ଉଦ୍ଧାର

add-all

ନୂଆଦିଲ୍ଲୀ: ଆଜି ଦକ୍ଷିଣ କଶ୍ମୀର ଅନ୍ତର୍ଗତ ପୁଲ୍‌ୱାମାର ଗୁନ୍ଦିପୋରା ଗ୍ରାମରେ ମିଳିତ ନିରାପତ୍ତା ବଳଙ୍କ ସହ ଗୁଳିବିନିମୟ କରି ୨ଜଣ ‘ଜୈଶ୍‌-ଏ-ମହମ୍ମଦ୍‌’ର ୨ଜଣ ସ୍ଥାନୀୟ ଆତଙ୍କବାଦୀ ନିହତ ହୋଇଥିବା ପୁଲିସସୂତ୍ରରୁ ଜଣାପଡ଼ିଛି।
ରବିବାର ସନ୍ଧ୍ୟା ବେଳୁ ନିରାପତ୍ତା ବଳ ଏବଂ ଆତଙ୍କବାଦୀମାନଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଦୀର୍ଘ ୧୩ ଘଣ୍ଟାର ଗୁଳିବିନିମୟ ପରେ ଦୁଇଜଣ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଛି।
କଶ୍ମୀର ‘ଆଇଜିପି’ କହିଛନ୍ତି ଯେ, ମେ ୧୩ ତାରିଖ ଦିନ ପୁଲ୍‌ୱାମାର ଗୁଦୂରାରେ ଜମ୍ମୁ ଓ କଶ୍ମୀରର ପୁଲିସ କର୍ମଚାରୀ ରିୟାଜ୍‌ ଅହମଦ୍‌ଙ୍କ ହତ୍ୟା ଘଟଣାରେ ସଂଶ୍ଳିଷ୍ଟ ଆବିଦ୍‌ ଶାହଙ୍କ ସମେତ ୨ଜଣ ଆଞ୍ଚଳିକ ‘ଜେଇଏମ୍‌’ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଛି।
ଗୁଳି ବିନିମୟ ଘଟିଥିବା ଅଞ୍ଚଳରୁ ୨ଟି ଏ.କେ. ରାଇଫଲ୍‌ ଉଦ୍ଧାର କରାଯାଇଛି। ଏବେ ମଧ୍ୟ ଘଟଣାସ୍ଥଳରେ ତଲାସ ଅଭିଯାନ ଚାଲିଛି।
ଉକ୍ତ ଅଭିଯାନ ଉପରେ ଦୃଷ୍ଟି ରଖିଥିବା ଜଣେ ସରକାରୀ ଅଧିକାରୀ ପୂର୍ବରୁ କହିଥିଲେ, ମିଳିତ ତଲାସକାରୀ ସନ୍ଦିଗ୍ଧ ଅଞ୍ଚଳକୁ ଘେରାଉ କରିବା ପରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା।

ad-week
Leave A Reply

Your email address will not be published.