ସହର ସୁରକ୍ଷା ପାଇଁ କାମ କରୁ ନ ଥିବାରୁ ଖାର୍କିଭ୍‌ ନିରାପତ୍ତା ମୁଖ୍ୟଙ୍କୁ ବହିଷ୍କାର କଲେ ଜେଲେନ୍‌ସ୍କି

add-all

ଖାର୍କିଭ୍‌: ସହରର ସୁରକ୍ଷା ନିମନ୍ତେ କାର୍ଯ୍ୟ କରୁ ନ ଥିବାରୁ ଖାର୍କିଭ୍‌ ନିରାପତ୍ତା ମୁଖ୍ୟଙ୍କୁ ବହିଷ୍କାର କରିଥିବା କଥା ରବିବାର ଦିନ ୟୁକ୍ରେନ୍‌ର ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ୍‌ସ୍କି ସର୍ବସାଧାରଣରେ ଘୋଷଣା କରିଛନ୍ତି।
ମସ୍କୋ ଆକ୍ରମଣ କରିବା ପରଠାରୁ ଯୁଦ୍ଧ ବିକ୍ଷତ ୟୁକ୍ରେନ୍‌ର ପୂର୍ବାଞ୍ଚଳକୁ ରବିବାର ଦିନ ପ୍ରଥମ ଥର ପାଇଁ ଗସ୍ତ କରି କହିଲେ, ପୂର୍ଣ୍ଣକାଳୀନ ଯୁଦ୍ଧ ଆରମ୍ଭ ହେବାର ପ୍ରଥମ ଦିନରୁ ସହରର ପ୍ରତିରକ୍ଷା ନିମନ୍ତେ କାମ ନ କରି ସେ କେବଳ ନିଜ କଥା ଭାବୁଥିବାରୁ ସେ ଲୋକଟିକୁ ବହିଷ୍କାର କରାଯାଇଛି।
ରାଷ୍ଟ୍ରପତି ସର୍ବସାଧାରଣରେ ଉକ୍ତ ନିରାପତ୍ତା ମୁଖ୍ୟଙ୍କ ନାମ କହି ନ ଥିଲେ ବି ୟୁକ୍ରେନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବହିଷ୍କୃତ ବ୍ୟକ୍ତିଜଣକ ହେଉଛନ୍ତି ରୋମାନ ଡୁଡିନ୍। ସେ ଖାର୍କିଭ୍ ଅଞ୍ଚଳର ‘ଏସ୍‌ବିୟୁ’ ନିରାପତ୍ତା ସେବାର ମୁଖ୍ୟ ଥିଲେ।
ଏହା ପୂର୍ବରୁ ଜେଲେନ୍‌ସ୍କିଙ୍କ କାର୍ଯ୍ୟାଳୟ ଟେଲିଗ୍ରାମ୍‌ରେ ପୋଷ୍ଟ୍‌ କରିଥିବା ଭିଡିଓରେ ଦେଖାଯାଉଛି ରାଷ୍ଟ୍ରପତି ଜେଲେନ୍‌ସ୍କି ବୁଲେଟ୍‌ ପ୍ରୁଫ୍‌ ଭେଷ୍ଟ୍‌ ପିନ୍ଧି କାର୍ଖିଭ୍‌ ଏବଂ ତା’ର ଚତୁର୍ପାଶ୍ବରେ ଥିବା ବିଧ୍ବସ୍ତ କୋଠାବାଡ଼ି ଦେଖୁଛନ୍ତି। ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ୟୁକ୍ରେନ୍‌ ଉପରେ ପୂର୍ଣ୍ଣକାଳୀନ ଆକ୍ରମଣ ଆରମ୍ଭ କରିବା ଠାରୁ ଜେଲେନ୍‌ସ୍କି କିବ୍‌ରେ ଅବସ୍ଥାନ କରିଆସୁଛନ୍ତି। କାର୍ଖିଭ୍‌ ଗସ୍ତ ପରେ ଗତକାଲି ଜେଲେନ୍‌ସ୍କି ଟେଲିଗ୍ରାମ୍‌ ପୋଷ୍ଟ୍‌ରେ ସେ କହିଥିଲେ, ଏ ଯୁଦ୍ଧରେ, ଆକ୍ରମଣକାରୀମାନେ କିଛି ନା କିଛି ସଫଳତା ହାସଲ କରିବାକୁ ଚାହୁଁଛନ୍ତି। କିନ୍ତୁ, ବହୁ ଆଗରୁ ସେମାନେ ବୁଝିବାର ଥିଲା କି, ଜଣେ ମାତ୍ର ଜୀବିତ ଥିବାଯାଏଁ ଆମେ ଆମ ଦେଶକୁ ରକ୍ଷା କରିବୁ। କାର୍ଖିଭ୍‌ ଅଞ୍ଚଳର ଏକତୃତୀୟାଂଶ ରୁଷୀୟ ନିୟନ୍ତ୍ରଣରେ ଥିବା ବେଳେ ଜେଲେନ୍‌ସ୍କି କହିଛନ୍ତି, ଆମେ ପୁଣି ସମଗ୍ର ଅଞ୍ଚଳକୁ ସ୍ବାଧୀନ କରିବୁ। ଏଥିପାଇଁ ଆମେ ପାରୁପର୍ଯ୍ୟନ୍ତ ଉଦ୍ୟମ କରୁଛୁ। ଯୁଦ୍ଧ ପ୍ରାରମ୍ଭରେ ରାଜଧାନୀ କିବ୍‌କୁ ଅକ୍ତିଆର କରିବାରେ ବିଫଳ ହେବା ଓ ଖାର୍କିଭ୍‌ ଅଞ୍ଚଳରୁ ପ୍ରତ୍ୟାବର୍ତ୍ତନ କରିବା ପରଠାରୁ ରୁଷ୍‌ ପୂର୍ବାଞ୍ଚଳ ଡୋନ୍‌ବାସ୍‌ ଅଞ୍ଚଳରେ ଧ୍ୟାନ ଦେଇଛି।

ad-week
Leave A Reply

Your email address will not be published.