ପୋପ୍‌ ଫ୍ରାନ୍‌ସିସ୍‌ଙ୍କଦ୍ବାରା କାର୍ଡିନାଲ୍‌ ପାହ୍ୟାକୁ ଉନ୍ନୀତ ହେବେ ୨ ଭାରତୀୟ: ରିପୋର୍ଟ

Independence

ଭଟିକାନ୍‌ ସିଟି: ଆଗାମୀ ଅଗଷ୍ଟ ମାସରେ ଭଟିକାନ୍‌ରେ ଏକ ଉତ୍ସବରେ ପୋପ୍‌ ଫ୍ରାନ୍‌ସିସ୍‌ଙ୍କଦ୍ବାରା କାର୍ଡିନାଲ୍‌ ପାହ୍ୟାକୁ ଉନ୍ନୀତ ହେବାକୁ ଥିବା ୨୧ଜଣଙ୍କ ମଧ୍ୟରେ ୨ଜଣ ଭାରତୀୟ ପାଦ୍ରୀ ଥିବା କଥା ରବିବାର ଦିନ ଘୋଷଣା କରାଯାଇଛି।
କାର୍ଡିନାଲ୍‌ ପାହ୍ୟାକୁ ଉନ୍ନୀତ ହେବାକୁ ଥିବା ୨ଜଣ ଭାରତୀୟ ହେଉଛନ୍ତି ଗୋଆ ଓ ଡାମାଓର ଆର୍କବିସପ୍‌ ଫିଲିପ୍‌ ନେରି ଆଣ୍ଟୋନିଓ ସେବାସ୍ତିଆଓ ଡି ରୋଜାରିଓ ଫେରାଓ ଏବଂ ହାଇଦ୍ରାବାଦର ଆର୍କବିସପ୍‌ ଆନ୍ଥୋନି ପୂଲା ବୋଲି ରାଷ୍ଟ୍ରାୟାତ ‘ଭଟିକାନ୍‌ ନିଉଜ୍’ ରିପୋର୍ଟ କରିଛି।
ରବିବାର ଦିନ ‘ରେଜିନା କୋଲି’ ଶେଷରେ ପୋପ୍‌ ଫ୍ରାନ୍‌ସିସ୍‌ କହିଲେ, ନୂତନ କାର୍ଡିନାଲ୍‌ ସୃଷ୍ଟି କରିବା ନିମନ୍ତେ ଅଗଷ୍ଟ୨୭ ତାରିଖ ଦିନ ସେ ‘କନ୍‌ସିଷ୍ଟୋରି’ ବୈଠକ ଆୟୋଜନ କରିବେ। ଏହାଛଡ଼ା, ଅଗଷ୍ଟ ୨୯ ଓ ୩୦ ତାରିଖ ଦିନ ସେ ନୂଆ ‘ଆପୋଷ୍ଟୋଲିକ୍‌ କନ୍‌ଷ୍ଟିଚ୍ୟୁସନ୍‌ ପ୍ରେଡିକେଟ୍‌ ଇଭାଞ୍ଜେଲିୟମ୍‌’ରେ ସାମିଲ୍‌ ହେବାକୁ ଥିବା ସମସ୍ତ କାର୍ଡିନାଲ୍‌ଙ୍କୁ ଭେଟିବେ।


ସୂଚନାଯୋଗ୍ୟ, ଫାଦର ଫେରାଓ ୧୯୫୩ ମସିହା ଜାନୁଆରି ୨୦ ତାରିଖ ଦିନ ପାନାଜି ନିକଟ ଆଲ୍‌ଡୋନା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ସାଲିଗାଓରେ ଥିବା ‘ସେମିନେରି ଅଫ୍ ଆୱାର୍‌ ଲେଡି’ରେ ସେ ଧାର୍ମିକ ଅଧ୍ୟୟନ କରିବା ପରେ ପୁଣେସ୍ଥିତ ପାପାଲ୍‌ ସେମିନାରିରେ ଯୋଗ ଦେଇଥିଲେ। ଦର୍ଶନଶାସ୍ତ୍ର ଓ ଥିଓଲୋଜିରେ ସ୍ନାତକ ହାସଲ କରିଥିବା ଫେରାଓ କୋଙ୍କଣି, ଇଂରାଜୀ, ପର୍ତ୍ତୁଗିଜ, ଇଟାଲୀୟ, ଫରାସୀ ଏବଂ ଜର୍ମାନ୍‌ ଭାଷାରେ ଖୁବ୍‌ ପାରଙ୍ଗମ ବୋଲି ରବିବାର ଦିନ ଗୋଆର ପାନାଜିରେ ଥିବା ଆର୍କବିସପ୍‌ଙ୍କ ପ୍ରାସାଦର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ସେହିପରି, ୧୯୬୧ରେ ଦଳିତ ପରିବାରେ ଜନ୍ମିତ ରେଭ୍‌ ଆନ୍ଥୋନି ପୂଲା ୧୯୯୨ ଫେବ୍ରୁଆରି ୨୦ ତାରିଖରେ ଜଣେ ପାଦ୍ରୀ ନିଯୁକ୍ତ ହୋଇଥିଲେ। ଏହାପରେ ୨୦୨୧ ଜାନୁଆରି ୩ ତାରିଖ ଦିନ ତାଙ୍କୁ ହାଇଦ୍ରାବାଦର ଆର୍କବିସପ୍‌ କରାଯାଇଥିଲା।

ad-week
Leave A Reply

Your email address will not be published.