
ଚିକିଟି-ଗଞ୍ଜାମ ଜିଲ୍ଲା ଟାଏକୋଣ୍ଡ ସଂଘ ଅନୁକୂଲ୍ୟ ରେ ଛତ୍ରପୁର ସ୍ଥିତ ଇନଡୋର ହଲ ରେ ଆୟୋଜିତ ଜିଲ୍ଲା ସ୍ତରୀୟ ଟାଏକୋଣ୍ଡ ପ୍ରତିଯୋଗିତାରେ ସଫଳତା ହାସଲ କରି ଗୌରବ ଆଣିଛନ୍ତି ଚିକିଟି ଅଞ୍ଚଳ ପାଇଁ ଦୁଇ ଭଉଣୀ।ଚିକିଟି ବ୍ଲକ କଳବାଡ଼ ପଞ୍ଚାୟତ ଜାନକୀମଣିପୁରଶାସନ ଜ୍ୟୋତିରାଜ ପାଢ଼ୀ ଏବଂ ଗୀତାଞ୍ଜଳି ପାଢ଼ୀ ଙ୍କ ଏହି ଦୁଇ କନ୍ୟା ହେଉଛନ୍ତି ଶୁଭଶ୍ରୀ ଓ ତେଜସ୍ୱିନୀ।ଟୁ ଡେସ ଟାଏକୋଣ୍ଡ ଏକାଡେ଼ମୀ ତରଫରୁ ବ୍ଲାକ ବେଲ୍ଟ କେଟଗୋରୀ ଜୁନିୟର ବିଭାଗ ରୁ ସାନ ଝିଅ ତେଜସ୍ୱିନୀ ପାଢ଼ୀ ଖେଳି ଅଣ୍ଡର 46 ର କ୍ୟୁରୋଗୀ ଓ ପୁମସି ମେଚ ରେ ଉଭୟ ରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।ସେହିଭଳି ସିନିଅର ବିଭାଗ ରେ ବଡ଼ ଝିଅ ଶୁଭଶ୍ରୀ ପାଢ଼ୀ ବ୍ଲକ ବେଲ୍ଟ କେଟଗୋରୀ ରେ କ୍ୟୁରୋଗୀ ରେ ସ୍ଵର୍ଣ୍ଣ ଏବଂ ପୁମସି ରେ ରୌପ୍ୟ ପଦକ ହାସଲ କରିଛନ୍ତି।ଏହି ଅଫିସିଆଲ ଖେଳ ରେ ସେମାନଙ୍କ ଙ୍କ ଏହି ସଫଳତା ପାଇଁ ବାପା,ମା ସହିତ କୋଚ ଆଉ ଟିମ କୁ ଶ୍ରେୟ ଦେଇଛନ୍ତି ଏହି ଦୁଇ ଖେଳାଳି।ଉଭୟ ଜାତୀୟ ସ୍ତରରେ ମଧ୍ୟ ଖେଳି ସୁନାମ ଅର୍ଜନ କରିଥିବା ବେଳେ ଏଠି ମଧ୍ୟ ଅଞ୍ଚଳ ର ଗାରିମା କୁ ଦ୍ବିଗୁଣିତ କରିଥିବା ରୁ ଅଞ୍ଚଳ ରୁ ସୁବେଛା ର ସୁଅ ଛୁଟିଛି। କୋଚ କେ. ମୋନାଜ ପ୍ରଧାନ,ଲଳିତ କୁମାର(ଦୀପୁ ସାର) ଉଭୟ ଙ୍କୁ ଆଶ୍ରିବାଦ ପୂର୍ବକ ସମ୍ମାନିତ କରି ଉନ୍ନତି କାମନା କରିଛନ୍ତି।