ରାହୁଲ ଦେଶ ବାହାରେ ଦେଶକୁ ଓ ଅଖିଳେଶ ରାଜ୍ୟ ବାହାରେ ରାଜ୍ୟକୁ ନିନ୍ଦା କରନ୍ତି: ଯୋଗୀ ଆଦିତ୍ୟନାଥ

add-all

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭାରେ ବଜେଟ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିରୋଧୀଦଳର ନେତା ତଥା ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ ସମାଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ ଅଖିଲେଶ ଏବଂ ରାହୁଲ ଗାନ୍ଧୀଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। କେବଳ ଗୋଟିଏ ପାର୍ଥକ୍ୟ ଅଛି, ରାହୁଲ ଦେଶ ବାହାରେ ଦେଶକୁ ନିନ୍ଦା କରିବା ସହ ଅଖିଳେଶ ରାଜ୍ୟ ବାହାରେ ରାଜ୍ୟକୁ ନିନ୍ଦା କରନ୍ତି।
ସୂଚନାଯୋଗ୍ୟ, ସୋମବାର ବଜେଟକୁ ନେଇ ଆଲୋଚନା ଚାଲୁଥିବା ବେଳେ ଅଖିଳେଶ ଯାଦବ ମୌଳିକ ଶିକ୍ଷା ଉପରେ ପ୍ରଶ୍ନ ଉଠାଇଥିଲେ ଏବଂ ତାଙ୍କ କାର୍ଯ୍ୟକାଳ ସମୟରେ ଘଟିଥିବା ଏକ ଘଟଣା ବିଷୟରେ କହିଥିଲେ। ସେ କହିଥିଲେ ଯେ, ‘ମୁଁ ଥରେ ଏକ ବିଦ୍ୟାଳୟକୁ ଯାଇ ପିଲାଟିକୁ ପଚାରିଲି ମୁଁ କିଏ ତୁମେ ଜାଣିଛ କି? ପିଲାଟି କହିଲା- ହଁ, ଆପଣ ରାହୁଲ ଗାନ୍ଧୀ। ଅଖିଳେଶ ଯାଦବଙ୍କ ଏହି ବିବୃତି ଶୁଣି ସମସ୍ତେ ହସିବାକୁ ଲାଗିଥିଲେ। ତାଙ୍କର ଏଭଳି ବିବୃତି ଉପରେ ଆଜି ପ୍ରତିକ୍ରିୟା ରଖିଛନ୍ତି ଯୋଗୀ ଆଦିତ୍ୟନାଥ।
ସେ କହିଛନ୍ତି, ‘ପିଲାମାନେ ନିର୍ବୋଧ, କିନ୍ତୁ ସେମାନଙ୍କ ମନ ସ୍ବଚ୍ଛ। ସେମାନେ ଯାହା ବି କହିଥିବେ ନିଶ୍ଚୟ ଭାବିଚିନ୍ତି କହିଥିବେ। ଦେଖିବାକୁ ଗଲେ ଅଖିଲେଶ ଏବଂ ରାହୁଲ ଗାନ୍ଧୀଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। କେବଳ ଗୋଟିଏ ପାର୍ଥକ୍ୟ ଅଛି, ତାହା ହେଲା ରାହୁଲ ଦେଶ ବାହାରେ ଦେଶକୁ ଓ ଅଖିଳେଶ ରାଜ୍ୟ ବାହାରେ ରାଜ୍ୟକୁ ନିନ୍ଦା କରନ୍ତି।

ad-week
Leave A Reply

Your email address will not be published.