ଅଯୋଧ୍ୟା ଓ ମଥୁରାରେ ଆଉ ମିଳିବନି ମଦ

add-all

ଅଯୋଧ୍ୟା: ଏବେ ଭଗବାନ ଶ୍ରୀରାମ ମନ୍ଦିର କ୍ଷେତ୍ରରେ ମଦ ବିକ୍ରି ହେବନି। ଏଠାରେ ସମସ୍ତ ମଦ ଦୋକାନର ଲାଇସେନ୍ସ ରଦ୍ଦ କରି ଦିଆଯାଇଛି। ଏହାଛଡ଼ା ଶ୍ରୀକୃଷ୍ଣ ଜନ୍ମ କ୍ଷେତ୍ରରେ ମଧ୍ୟ ଆଜି ଠାରୁ ପୂରାପୂରି ପ୍ରତିବନ୍ଧକ ଲଗାଇ ଦିଆଯାଇଛି। ଅଯୋଧ୍ୟା ଓ ମଥୁରାକୁ ନେଇ ଯୋଗୀ ସରକାର ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଠାରେ ଏବେ ଅଉ ମଦ ମିଳିବ ନାହିଁ।
ଫଳରେ ରାମ ନଗରୀ ଅଯୋଧ୍ୟାକୁ ନେଇ ଯୋଗୀ ସରକାରଙ୍କ ଏହି ନିଷ୍ପତ୍ତି ଏବେ ସମଗ୍ର ଦେଶରେ ଚର୍ଚ୍ଚାର ବଷୟ ହୋଇଛି। ମଥୁରାରେ ମଦ ଦୋକାନ ସହିତ ଭାଙ୍ଗ ଦୋକାନକୁ ମଧ୍ୟ ବନ୍ଦ କରାଯାଇଛି। ଏଠାରେ ମଦ ଓ ଭାଙ୍ଗର ପ୍ରାୟ ୩୭ଟି ଲାଇସେନ୍ସ ପ୍ରାପ୍ତ ଦୋକାନ ରହିଥିଲା। ମଥୁରା ସହରରେ ଥିବା ୩ ହୋଟେଲର ବାର ଏବଂ ଦୁଇ ମଦ ଦୋକାନ ଆଜି ଠାରୁ ଆଉ ଖୋଲିବ ନାହିଁ। ମଥୁରାକୁ ତୀର୍ଥ ସ୍ଥଳି ଘୋଷିତ କରାଯିବା ସହ ଶ୍ରୀକୃଷ୍ଣ ଜନ୍ମସ୍ଥାନ କ୍ଷେତ୍ରରେ ମଦ ଓ ମାଂସ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇ ଦିଆଯାଇଛି।
ମଦ ଓ ଭାଙ୍ଗ ଦୋକାନ ବନ୍ଦ କରି ଏହି କ୍ଷେତ୍ରରେ କ୍ଷୀର ଓ ଦହି ଦୋକାନ ଅଧିକ ସଂଖ୍ୟାରେ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ସୂଚନା ଥାଉକି ଗତକାଲି ଉତ୍ତର ପ୍ରଦେଶ ବିଧାନସଭାରେ ବହୁଜନ ସମାଜ ପାର୍ଟିର ସଦସ୍ୟ ଭୀମରାଓ ଆମ୍ବେଦକରଙ୍କ ପ୍ରଶ୍ନର ଉତ୍ତର ଦେଇ ଅବକାରୀ ମନ୍ତ୍ରୀ ନିତିନ ଅଗ୍ରୱାଲ କହିଥିଲେ ଯେ, ଅଯୋଧ୍ୟାର ଶ୍ରୀରାମ ମନ୍ଦିର କ୍ଷେତ୍ର ଭିତରେ ଆସୁଥିବା ସମସ୍ତ ମଦ ଦୋକାନ ଲାଇସେନ୍ସ ରଦ୍ଦ କରିଦିଆଯାଇଛି।

ad-week
Leave A Reply

Your email address will not be published.