ସୋନିଆଙ୍କୁ କରୋନା

add-all

ନୂଆଦିଲ୍ଲୀ: କରୋନାରେ ଆକ୍ରାନ୍ତ ହେଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି। ମନି ଲଣ୍ଡରିଂ ମାମଲାରେ ଆସନ୍ତା ଜୁନ୍‌ ୮ ତାରିଖରେ ଇଡିରେ ହାଜର ହୋଇଥାନ୍ତେ ସୋନିଆ ଗାନ୍ଧି। ହେଲେ ତା’ ପୂର୍ବରୁ ସେ କରୋନା ସଂକ୍ରମିତ ହୋଇଛନ୍ତି। ତାଙ୍କ ଟେଷ୍ଟ ପଜିଟିଭ ଆସିଥିବା ନେଇ କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲା ସୂଚନା ଦେଇଛନ୍ତି।
ରଣଦୀପ ସୂର୍ଯ୍ୟେୱାଲା ଏହା ମଧ୍ୟ କହିଛନ୍ତି ଯେ ଅତୀତରେ ସୋନିଆ ଗାନ୍ଧୀଙ୍କୁ ଭେଟିଥିବା ଅନେକ ନେତା ଏବଂ କର୍ମୀ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ସୁରଜୱାଲାଙ୍କ ଅନୁଯାୟୀ ସୋନିଆ ଗାନ୍ଧିଙ୍କୁ ବୁଧବାର ସନ୍ଧ୍ୟାରେ ସାମାନ୍ୟ ଜ୍ୱର ହୋଇଥିଲା। ଏହା ପରେ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା। ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି।
କରୋନାରେ ସଂକ୍ରମିତ ହେବା ପରେ ସୋନିଆ ଏବେ ନିଜକୁ ଆଇସୋଲେଟ କରିଛନ୍ତି। ବର୍ତ୍ତମାନ ତାଙ୍କ ଚିକିତ୍ସା ଚାଲିଛି ଏବଂ ସେ ସୁସ୍ଥ ଅଛନ୍ତି। ଆସନ୍ତା ୮ ତାରିଖ ସୁଦ୍ଧା ସୋନିଆ ସୁସ୍ଥ ହୋଇଯିବେ ବୋଲି ସୂର୍ଯ୍ୟେୱାଲା ଆଶା କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଜୁନ୍‌ ୮ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ପଚରାଉଚରା କରିବା ପାଇଁ ଡକାଇଛି। ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ସହ ଜଡିତ ମାମଲାରେ ଏହି ତଦନ୍ତ କରାଯିବ। ଏହି ମାମଲାରେ ସୋନିଆଙ୍କ ସମେତ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ମଧ୍ୟ ଇଡି ପଚରାଉଚରା କରିବା ପାଇଁ ନୋଟିସ ଜାରି କରିଛି। ତେବେ ଆସନ୍ତା ଦୁଇରୁ ତିନି ଦିନ ମଧ୍ୟ ସୋନିଆ ଗାନ୍ଧି ସୁସ୍ଥ ହୋଇଯିବେ ବୋଲି କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲା ଆଶା କରିଛନ୍ତି।

ad-week
Leave A Reply

Your email address will not be published.