ଏଭଳି ଭାବେ କରାଯାଇଥିଲା ହତ୍ୟାର ଷଡ଼ଯନ୍ତ୍ର, ସେଲଫି ନେବା ବାହାନାରେ ସିଦ୍ଧୁଙ୍କ ଘରକୁ ଯାଇଥିଲା ହତ୍ୟାକାରୀ

add-all

ଚଣ୍ଡୀଗଡ଼: ଗତ ରବିବାର ପଞ୍ଜବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲାଙ୍କୁ ଗୁଳି କରି ହତ୍ୟା କରାଯାଉଥିଲା। ସେ ନିଜ ସଂପର୍କୀୟଙ୍କ ଘରକୁ ଯାଉଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କ ଗାଡ଼ି ଉପରକୁ ଗୁଳିମାଡ଼ କରିଥିଲେ। ଏହି ଘଟଣା ପରେ ତାଙ୍କୁ ଡାକ୍ତରଖାନା ନିଆଯିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ଦିଲ୍ଲୀ ଓ ଚଣ୍ଡୀଗଡ଼ ପୁଲିସ ଏକାଧିକ ଅପରାଧୀ ଓ ଗ୍ୟାଙ୍ଗଷ୍ଟରଙ୍କୁ ପଚରାଉଚରା କରୁଥିବା ବେଳେ ଏବେ ଏକ ବଡ଼ ଖବର ସାମ୍ନାକୁ ଆସିଛି।
ଜାତୀୟ ଗଣମାଧ୍ୟମ ଏନଡିଟିଭି ଅନୁଯାୟୀ, ଯେତେବେଳେ ସିଦ୍ଧୁ ମୁସେୱାଲା ତାଙ୍କ ମହିନ୍ଦ୍ରା ଥର୍ ଏସୟୁଭିରେ ବନ୍ଧୁ ଗୁରୁବିନ୍ଦର ସିଂ ଏବଂ ଗୁରୁପ୍ରୀତ ସିଂଙ୍କ ସହ ବର୍ନାଲାସ୍ଥିତ ଅସୁସ୍ଥ ଥିବା ସଂପର୍କୀୟଙ୍କ ଘରକୁ ଯାଉଥିଲେ, ଏହି ସମୟରେ ଜଣେ ଅପରାଧୀ ସେଲଫି ନେବାର ବାହାନା କରି ତାଙ୍କ ଘରକୁ ଯାଇଥିଲା। ଘରକୁ ଯିବା ପରେ ସିଦ୍ଧୁ ନିଜ ବାଉନ୍ସର ଓ ବୁଲେଟ ପ୍ରୁଫ ଗାଡ଼ି ନେଇନଥିବା ଜାଣି ସେ ରାସ୍ତାରେ ଜଗି ବସିଥିବା ନିଜ ସାଥୀମାନଙ୍କୁ ଖବର ଦେଇଥିଲା। ଏହି ଖବର ପାଇ ସିଦ୍ଧୁଙ୍କ ଗାଡ଼ିର ପିଛା କରିବା ସହ ଆକ୍ରମଣ କରିଥିଲେ ଦୁର୍ବୃତ୍ତ।
ଏହା ପୂର୍ବରୁ ଚର୍ଚ୍ଚା ହୋଇଥିଲା ଯେ, ବନ୍ଧୁ ବିକି ମୁଥୁଖେଡାଙ୍କ ହତ୍ୟାର ପ୍ରତିଶୋଧ ନେବା ପାଇଁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଓ ଗୋଲ୍ଡି ବ୍ରାର୍ ସିଦ୍ଧୁଙ୍କୁ ହତ୍ୟା କରିଛନ୍ତି। ତେବେ ଏଥିରେ କେତେ ସତ୍ୟତା ରହିଛି, ତାହା ଜଣାପଡ଼ିନାହିଁ।

ad-week
Leave A Reply

Your email address will not be published.