ସର୍ବସାଧାରଣ ସ୍ଥାନରେ ମାସ୍କ୍‌ ପିନ୍ଧିବାକୁ ଆଦେଶ ଦେଲେ ମହାରାଷ୍ଟ୍ର ସରକାର

add-all

ମୁମ୍ବାଇ: କୋଭିଡ୍‌-୧୯ ସଂକ୍ରମଣ ମାମଲା ହଠାତ୍‌ ବୃଦ୍ଧି ପାଇବାରୁ ଖୋଲା ସ୍ଥାନ ବ୍ୟତୀତ ବାକି ସମସ୍ତ ସର୍ବସାଧାରଣସ୍ଥାନଗୁଡ଼ିକରେ ମାସ୍କ୍‌ ପରିଧାନ କରିବା ପାଇଁ ମହାରାଷ୍ଟ୍ର ସରକାର ନାଗରିକମାନଙ୍କ ନିମନ୍ତେ ଆଦେଶ ଜାରି କରିଛନ୍ତି।
ବଢ଼ି ଚାଲୁଥିବା କୋଭିଡ୍‌ ସଂକ୍ରମଣ ମାମଲା ସଂକ୍ରାନ୍ତରେ ରାଜ୍ୟ ସରକାର ଜିଲ୍ଲା କର୍ତ୍ତୃପକ୍ଷମାନଙ୍କ ଆଗରେ ଚିନ୍ତା ପ୍ରକଟ କରିଛନ୍ତି। ସର୍ବସାଧାରଣ ସ୍ଥାନଗୁଡ଼ିକରେ ମାସ୍କ୍‌ ପିନ୍ଧିବା ପାଇଁ ଆଦେଶ ଦେବା ସମେତ ସମସ୍ତ ଜିଲ୍ଲା କର୍ତ୍ତୃପକ୍ଷମାନଙ୍କୁ ଲେଖିଥିବା ପତ୍ରରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର୍‌ ପ୍ରଦୀପ ବ୍ୟାସ କେତେଗୁଡ଼ିଏ ଆଦେଶ ଦେଇଛନ୍ତି।
ସେ କହିଛନ୍ତି, ଟ୍ରେନ୍‌, ବସ୍‌, ସିନେମା, ଅଡିଟରିୟମ୍‌, ଅଫିସ୍, ହସ୍ପିଟାଲ୍‌, କଲେଜ, ସ୍କୁଲ୍‌ ଆଦି ଆବଦ୍ଧ ସର୍ବସାଧାରଣ ସ୍ଥାନଗୁଡ଼ିକରେ ମାସ୍କ୍‌ ପିନ୍ଧାଯାଉ।
ଚିଠିରେ ଡକ୍ଟର୍‌ ବ୍ୟାସ୍‌ ଆହୁରି ମଧ୍ୟ ଲେଖିଛନ୍ତି, ଗତ ଦୁଇ ମାସ ହେବ ରାଜ୍ୟରେ କୋଭିଡ୍‌-୧୯ ମାମଲା କ୍ରମଶଃ ହ୍ରାସ ପାଇବା ପରେ ସଂକ୍ରମଣ ମାମଲା ଧୀରେ ଧୀରେ ବୃଦ୍ଧି ପାଉଥିଲା। କିନ୍ତୁ ୩ ମାସ ପରେ ବା ଜୁନ୍‌ ପହିଲାରେ ଦୈନିକ ସଂକ୍ରମଣ ମାମଲା ପ୍ରଥମ ଥର ପାଇଁ ୧୦୦୦ ଟପିଯାଇଛି। ଏବେ ମୁମ୍ବାଇ ମେଟ୍ରୋପଲିଟାନ୍‌ ଅଞ୍ଚଳ ଏବଂ ଥାନେରେ କୋଭିଡ୍‌-୧୯ ସଂକ୍ରମଣ ମାମଲା ଦ୍ରୁତ ବୃଦ୍ଧି ପାଉଛି। ଏହାଛଡ଼ା, ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ ପଜିଟିଭିଟି ହାର ବୃଦ୍ଧି ପାଉଛି। ତେଣୁ ଅନ୍ୟ କେତେକ ଜିଲ୍ଲାରେ ମଧ୍ୟ ସଂକ୍ରମଣ ମାମଲା ବୃଦ୍ଧି ପାଇପାରେ।

ad-week
Leave A Reply

Your email address will not be published.