‘ମଙ୍କିପକ୍ସ’ ପରୀକ୍ଷା ଲାଗି ୫ ବର୍ଷୀୟ ଉତ୍ତର ପ୍ରଦେଶ ବାଳିକାର ନମୁନା ସଂଗୃହୀତ ହୋଇଛି: ସରକାରୀ ଅଧିକାରୀ

add-all

ଗାଜିଆବାଦ: ‘ମଙ୍କିପକ୍ସ’ ପରୀକ୍ଷା ନିମନ୍ତେ ଜଣେ ୫ ବର୍ଷୀୟ ବାଳିକାର ନମୁନା ସଂଗ୍ରହ କରାଯାଇଛି ବୋଲି ଗାଜିଆବାଦର ମୁଖ୍ୟ ଚିକିତ୍ସା ଅଧିକାରୀ ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’କୁ କହିଛନ୍ତି। ଦେହ କୁଣ୍ଡେଇ ହୋଇ ଘା’ ହୋଇଯାଉଥିବା କଥା ଝିଅଟି କହିବାରୁ ସତର୍କତାମୂଳକ ପଦକ୍ଷେପସ୍ବରୂପ ତା’ର ନମୁନା ପରୀକ୍ଷା କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କଥାରୁ ଉଦ୍ଧୃତ କରି ‘ଏଏନ୍‌ଆଇ’ କହିଛି, ତା’ର ଅନ୍ୟ କୌଣସି ସ୍ବାସ୍ଥ୍ୟ ସମସ୍ୟା ନାହିଁ କି, ସେ ତା’ର କୌଣସି ନିକଟ ସମ୍ପର୍କୀୟ ଗତ ୧ ମାସ ମଧ୍ୟରେ କେହି ବିଦେଶ ଗସ୍ତରେ ଯାଇ ନାହାନ୍ତି।
ସୂଚନାଯୋଗ୍ୟ, ସର୍ଦ୍ଦି ଭଳି ଅସୁସ୍ଥତା ଏବଂ ‘ଲିମ୍ଫ୍‌ ନଡ୍‌’ ଫୁଲା ପରେ ଦେହ ଓ ମୁହଁରେ ଘା’ ହେବା ହେଉଛି ‘ମଙ୍କିପକ୍ସ୍‌’ର ଲକ୍ଷଣ।
ଆଫ୍ରିକାର କେତେକ ପ୍ରାନ୍ତ ହେଉଛି ଏହି ରୋଗର ମୂଳସ୍ଥାନ। ସେଠାରେ କୃଦନ୍ତ (ଠେକୁଆ, ମୂଷା ଆଦି ଜୀବ) ଅଥବା କ୍ଷୁଦ୍ର ଜନ୍ତୁମାନଙ୍କ କାମୁଡ଼ିଲେ ଲୋକେ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି। କିନ୍ତୁ, ଏହା ସହଜରେ ଲୋକମାନଙ୍କ ମଧ୍ୟରେ ବିସ୍ତାରିତ ହୁଏନାହିଁ।

ad-week
Leave A Reply

Your email address will not be published.