ବାରବାଟୀ ଟ୍ବେଣ୍ଟି-୨୦ ଆଉ ୭ ଦିନ: ଭାରତ ଥରେ ଜିତିଛି, ଥରେ ହାରିଛି

youtube

କଟକ: ବାରବାଟୀ ଷ୍ଟାଡିୟମରେ ବର୍ତ୍ତମାନସୁଦ୍ଧା ଦୁଇଟି ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳାଯାଇଛି। ଯେଉଁଥିରେ ଭାରତ ଗୋଟିଏ ଜିତିଥିଲା ବେଳେ ଅନ୍ୟଟିରେ ଶୋଚନୀୟ ପରାଜୟ ବରଣ କରିଥିଲା। ୨୦୧୫ରେ ଦକ୍ଷିଣ ଆଫ୍ରିକା ସହିତ ବାରବାଟୀରେ ପ୍ରଥମ ଟ୍ବେଣ୍ଟି-୨୦ ଖେଳିଥିଲା ବେଳେ ବିବାଦଭରା ଏହି ମ୍ୟାଚ୍‌ରେ ଭାରତ ୬ ଵିକେଟରେ ପରାସ୍ତ ହୋଇଥିଲା। ତେବେ ଦୁଇବର୍ଷ ପରେ ଶ୍ରୀଲଙ୍କା ବିପକ୍ଷ ଦ୍ବିତୀୟ ଟ୍ବେଣ୍ଟି-୨୦ରେ ଭାରତ ୯୩ ରନ୍‌ରେ ବିଜୟୀ ହୋଇ ବାରବାଟୀରେ ଖାତା ଖୋଲିଥିଲା।
ସେହି ମ୍ୟାଚ୍‌ରେ ଶ୍ରୀଲଙ୍କା ଟସ୍‌ ଜିତି ବୋଲି˚ କରିଥିଲା। ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ୩ ଵିକେଟ ବିନିମୟରେ ୧୮୦ ରନ୍‌ କରିଥିଲା। ରୋହିତ ୧୭ ରନ୍‌ କରି ଆଉଟ ହେବା ପରେ କେଏଲ୍‌ ରାହୁଲ ଓ ଶ୍ରେୟସ ଆୟାର ଦ୍ରୁତ ରନ୍‌ ସ˚ଗ୍ରହ କରି ଦ୍ବିତୀୟ ଵିକେଟରେ ୬୩ ରନ୍‌ ଯୋଡ଼ିଥିଲେ। ତେବେ ୨୪ ରନ୍‌ କରିବା ପରେ ଶ୍ରେୟସ ଆଉଟ ହୋଇଥିଲେ। ରାହୁଲ ଅର୍ଦ୍ଧଶତକ ଅର୍ଜନ କରିସାରିବା ପରେ ଥିସାରା ପେରେରାଙ୍କ ଶିକାର ହୋଇଥିଲେ। ରାହୁଲ ୪୮ ବଲ୍‌ରୁ ୭ ଚୌକା ଓ ୧ ଛକା ସହାୟତାରେ ୬୧ ରନ୍‌ କରିଥିଲେ। ପାଳି ଶେଷ ହେବା ବେଳକୁ ମହେନ୍ଦ୍ର ସି˚ହ ଧୋନି ୩୯* ଓ ମନୀଷ ପାଣ୍ତେ ୩୨* ରନ୍‌ କରି ଅପରାଜିତ ଥିଲେ। ୧୮୧ ରନ୍‌ର ଲକ୍ଷ୍ୟକୁ ପିଛା କରିବାକୁ ଯାଇ ନିରୋସନ ଡିକଵାଲା (୧୩), ଉପୁଲ ଥରଙ୍ଗା (୨୩), କୁଶାଲ ପେରେରା (୧୯) ଦ୍ରୁତ ରନ୍‌ ସ˚ଗ୍ରହ କରିବା ଚକ୍କରରେ ନିଜ ନିଜର ଵିକେଟ ହରାଇଥିଲେ। ଏହାପରଠୁ ଅନ୍ୟ କୌଣସି ସିଂହଳୀ ବ୍ୟାଟର୍‌ ଭାରତୀୟ ବୋଲରଙ୍କୁ ସାମ୍ନା କରିବାକୁ ସମର୍ଥ ହୋଇନଥିଲେ। ହାର୍ଦ୍ଦିକ ପାଣ୍ତ୍ୟା (୩/୨୯), ୟୁଝବେନ୍ଦ୍ର ଚହଲ (୪/୨୩) ଓ କୁଲଦୀପ ଯାଦବ (୨/୧୮) ଭାରତକୁ ବିଜୟ ଦେବାରେ ବଡ଼ ଭୂମିକା ନେଇଥିଲେ। ସର୍ବାଧିକ ଵିକେଟ ନେଇଥିବା ଚହଲ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହୋଇଥିଲେ।
କଟକ: ବାରବାଟୀ ମ୍ୟାଚ୍‌ ପାଇଁ ସାଧାରଣ ଟିକଟ ବିକ୍ରି ସମୟରେ ଭିଡ଼ ଏଡ଼ାଇବାକୁ ଭ୍ରାମ୍ୟମାଣ ଷ୍ଟିଲ ବିଲ୍ଡି˚ର ବ୍ୟବହାର କରାଯିବ। ଏଥିପାଇଁ ଏହାର ନିର୍ମାଣକାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। କାଉଣ୍ଟର ବିକ୍ରି ବେଳେ ଦର୍ଶକଙ୍କ ସ˚ଖ୍ୟା ବହୁତ ଅଧିକ ହେବ। ଏପରିକି କେତେକ ରାତିରୁ ଆସି ଧାଡ଼ିରେ ଛିଡ଼ା ହୋଇଯାଅାନ୍ତି। ପ୍ରବଳ ଖରାରେ ଦିନ ତମାମ ଟିକଟ କିଣିବାକୁ ଧାଡ଼ିରେ ରହିବା କଷ୍ଟକର। ଏହାକୁ ନଜରରେ ରଖି ନୂଆ ପଦ୍ଧତିରେ ଟିକଟ ବିକ୍ରି ପାଇଁ ଓସିଏ ଅଣ୍ଟା ଭିଡିଛି। ନୂତନ ଭାବେ ନିର୍ମାଣ ହେଉଥିବା ଭ୍ରାମ୍ୟମାଣ ଷ୍ଟିଲ ବିଲ୍ଡି˚ରେ ୧୩ଟି କାଉଣ୍ଟର ଖୋଲାଯାଉଥିବାରୁ ୩ରୁ ୪ ଘଣ୍ଟା ଭିତରେ ଟିକଟ ବିକ୍ରି ଶେଷ ହୋଇଯିବା ନେଇ ଅନୁମାନ କରାଯାଉଛି। ଓସିଏ ସୂଚନା ଅନୁଯାୟୀ, ବାରବାଟୀ ଷ୍ଟାଡିୟମର ଦର୍ଶକ କ୍ଷମତା ୪୪ ହଜାର ହୋଇଥିଲା ବେଳେ ସେଥିରୁ ୨୯୧୫୪ ଟିକଟ ବିକ୍ରି କରାଯାଉଛି। ଏଥିରୁ ୫ହଜାର ଟିକଟ ଅନ୍‌ଲାଇନ୍‌ରେ ବିକ୍ରି ହୋଇଥିଲା ବେଳେ ଓସିଏ ଅନୁବନ୍ଧିତ ସ˚ସ୍ଥାଙ୍କ ପାଇଁ ୮ହଜାର ଟିକଟ ବିକ୍ରି ପାଇଁ ରଖାଯାଇଛି। ତେଣୁ ସାଧାରଣ ଦର୍ଶକଙ୍କ ପାଇଁ ୧୬୧୫୪ ଟିକଟ ଉପଲବ୍ଧ ହେବ।

Leave A Reply

Your email address will not be published.