ଗାଁ ରାସ୍ତାରେ ନାଥୁରାମ ଗଡ଼ସେଙ୍କ ନାମ ଫଳକକୁ ନେଇ ଉତ୍ତେଜନା

add-all

ଉଡୁପି: ଜାତିର ପିତା ମହାତ୍ମାଗାନ୍ଧିଙ୍କ ହତ୍ୟାକାରୀ ନାଥୁରାମ ଗଡ଼ସକୁ ନେଇ ଏକ ଚର୍ଚ୍ଚିତ ଖବର ଆସିଛି। କର୍ଣ୍ଣାଟକର ଉଡ଼ୁପିର ଏକ ରାସ୍ତାରେ କେହି ଦୁର୍ବୃତ୍ତ ନାଥୁରାମ ଗଡ଼ସେଙ୍କ ନାମରେ ସାଇନ ବୋର୍ଡ଼ ଲଗାଇଥିବା ଜଣାପଡ଼ିଛି। ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ମାମଲା ଥାନାରେ ପହଞ୍ଚିଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଉଡ଼ୁପି ଜିଲ୍ଲାର କରକାଲା ତାଲୁକ ନିକଟସ୍ଥ ବୋଲା ଗ୍ରାମପଞ୍ଚାୟତ ରାସ୍ତାରେ ଏକ ସିମେଣ୍ଟ କଙ୍କ୍ରିଟ ନିର୍ମିତ ସାଇନବୋର୍ଡ଼ ଲାଗିଛି। ସେଥିରେ ଉକ୍ତ ରାସ୍ତାକୁ ‘ପାଡୁଗିରି ନାଥୁରାମ ଗଡ଼ସେ’ ରୋଡ଼ରେ ନାମକରଣ କରାଯାଇଥିଲା।
ଯାହାକୁ ଗ୍ରାମବାସୀ ହଟେଇ ଦେବା ସହ ପୁଲିସକୁ ଖବର ଦେଇଥିଲେ। ଏହି ଫଟୋଟି ଏବେ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି। ଉକ୍ତ ଅଞ୍ଚଳଟି କର୍ଣ୍ଣାଟକ ଶକ୍ତି ମନ୍ତ୍ରୀ ଭି.ସୁନୀଲ କୁମାରଙ୍କ ଅଞ୍ଚଳରେ ଯାଉଛି। ଏ ସମ୍ପର୍କରେ ମନ୍ତ୍ରୀ ଭି.ସୁନୀଲ କୁମାର ପ୍ରତିକ୍ରିୟା ରଖିଛନ୍ତି। ଏହି ନାମ ଫଳକଟି ସରକାରଙ୍କ ପକ୍ଷରୁ ଲଗାଯାଇ ନଥିବା ସେ କହିଛନ୍ତି। କେହି ଦୁବୃର୍ତ୍ତ ଏଭଳି କାମ କରିଥିବା ସେ କହିଛନ୍ତି ।
ସେହିପରି ଗଡ଼ସେଙ୍କ ନାମ ଫଳକକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କର୍ଣ୍ଣାଟକ କଂଗ୍ରେସ ଯୁବ ସଭାପତି ୟୋଗେଶ ଇନ୍ନା। ସେ କହିଛନ୍ତି ଯେ, ୨ ଦିନ ପୂର୍ବରୁ ବୋଲା ପଞ୍ଚାୟତରେ ଏଭଳି ନାମ ଫଳକ ଲାଗିଥିଲା। ସେ କହିଛନ୍ତି ଯେ, ଦେଶର ପ୍ରଥମ ଆତଙ୍କବାଦୀ ଗଡ଼ସେଙ୍କୁ ନେଇ ଏମିତି ସର୍ବସାଧାରଣରେ ନାମ ଫଳକ ଲାଗିବା ଦୁର୍ଭାଗ୍ୟଜନକ। ଆମେ ଏହାକୁହ ନିନ୍ଦା କରୁଛୁ ବୋଲି ସେ କହିଛନ୍ତି। ପୁଲିସ ଏହି ଘଟଣାରେ ମାମଲା ରୁଜୁ କରିଛି।

ad-week
Leave A Reply

Your email address will not be published.