ବାରାଣସୀ ସିରିଜ ବିସ୍ଫୋରଣ ମାମଲା: ଦୋଷୀକୁ ଫାଶୀ ଦଣ୍ଡାଦେଶ

add-all

ଲକ୍ଷ୍ନୌ: ବାରାଣସୀ ସିରିଜ ବ୍ଲାଷ୍ଟ ମାମଲରେ ୧୬ ବର୍ଷ ପରେ ଆସିଲା ରାୟ। ଫାଶୀରେ ଝିଲିବ ମୁଖ୍ୟ ଅଭିଯୁକ୍ତ। ଗାଜିଆବାଦ ସେସନ୍‌ କୋର୍ଟ ଆତଙ୍କବାଦୀ ୱଲିଉଲ୍ଲାହକୁ ଫଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ଏହାପୂର୍ବରୁ ଜୁନ୍‌ ୪ ତାରିଖରେ ଗଜିଆବାଦ ଜିଲ୍ଲା ସେସନ୍‌ କୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା। କୋର୍ଟ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଥିଲେ। ତେବେ ଦୋଷୀକୁ ଦଣ୍ଡାଦେଶ ନ ଦେଇ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ। ଆଜି ଏହି ମାମଲାର ରାୟ ପ୍ରକାଶ କରିଛନ୍ତି କୋର୍ଟ। ଏହାପୂର୍ବରୁ ମେ’ ୨୩ ତାରିଖରେ ଜଷ୍ଟିସ ଜିତେନ୍ଦ୍ର କୁମାର ସିହ୍ନାଙ୍କ ଅଦାଲତାରେ ଏହି ମାମଲାର ଶୁଣାଣି ହୋଇଥିଲା। ଶୁଣାଣି ଆରମ୍ଭ ହେବା ପୂର୍ବରୁ ଅଭିଯୁକ୍ତ ୱଲିଉଲ୍ଲାହକୁ କଡା ସୁରକ୍ଷା ଭିତରେ କୋର୍ଟରେ ହାଜର କରାଯାଇଥିଲା। ତେବେ ଦୁଇ ପକ୍ଷର ଦଲିଲ ଶୁଣିବା ପରେ କୋର୍ଟ ଜୁନ୍‌ ୪ ଯାଏଁ ନିଜ ରାୟ ସିଂରକ୍ଷିତ ରଖିଥିଲେ।
୨୦୦୬ ମାର୍ଚ୍ଚ ୭ ତାରିଖରେ ସଙ୍କଟମୋଚନ ମନ୍ଦିର ଓ କ୍ୟାଣ୍ଟ ରେଲୱେ ଷ୍ଟେସନର ସିରିଏଲ ବୋମା ବିସ୍ଫୋରଣ ହୋଇଥିଲା। ଏଥିରେ ୩୦ ଜଣଙ୍କର ମୃତ୍ୟୁ ଘଟିଥିଲା। ଶହେରୁ ଅଧିକ ଆହତ ହୋଇଥିଲେ। ୨୦୦୬ ଏପ୍ରିଲ ୫ ତାରିଖରେ ଉତ୍ତରପ୍ରଦେଶ ପୁଲିସ ଘଟଣାର ମୁଖ୍ୟ ଅଭିଯୁକ୍ତ ୱାଲିଉଲ୍ଲାହଙ୍କୁ ଗିରଫ କରିଥିଲା। ଏହି ଅଭିଯୁକ୍ତଙ୍କ ଘର ପ୍ରୟାଗରାଜ ଜିଲ୍ଲାର ପୁଲପୁର ଗ୍ରାମରେ। ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ମାମଲାଟିକୁ ଗାଜିବାବାଦକୁ ସ୍ଥାନାନ୍ତର କରାଯାଇଥିଲା।

ad-week
Leave A Reply

Your email address will not be published.