
ପାତ୍ରପୁର—ଚିକିଟି ବିଧାୟିକା ତଥା ରାଣୀମାଁ ଶ୍ରୀମତୀ ଉଷାଦେବୀଙ୍କୁ ରବିବାର ନବୀନଙ୍କ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ ମନ୍ତ୍ରୀ ପଦ ମିଳିଥିବା ବେଳେ ସମଗ୍ର ଚିକିଟି ନିର୍ବାଚନ ମଣ୍ଡଳୀ ରେ ବିଜୁ ଜନତା ଦଳର କର୍ମୀ,କର୍ମକର୍ତ୍ତା ଓ ସମର୍ଥଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଶନିବାର ମନ୍ତ୍ରୀପଦ ମିଳୁଥିବା ନେଇ ବିଧାୟିକା ଉଷାଦେବୀଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ଫୋନ କଲ ଆସିବା ପରଠାରୁ ଚିକିଟି ଓ ପାତ୍ରପୁର ବ୍ଲକରେ ଉତ୍ସବ ର ମାହୋଲ ଦେଖିବାକୁ ମିଳିଛି । ରବିବାର ଉଷାଦେବୀ ଶପଥ ନେଉଥିବାରୁ ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେଡି ନେତା ଓ କର୍ମୀ ରାଜଧାନୀ ମୁଁହା ହୋଇଥିଲେ । ଉଷାଦେବୀଙ୍କ ସରକାରୀ କ୍ୱାଟରରେ ପହଂଚି ମନ୍ତ୍ରୀ ଉଷା ଦେବୀଙ୍କୁ ସମସ୍ତେ ପୁଷ୍ପଗୁଛ ଦେଇ ଶୁଭେଚ୍ଛା ଜଣେଇଛନ୍ତି । ତାଙ୍କୁ ମନ୍ତ୍ରିମଣ୍ଡଳରେ ଗୃହନିର୍ମାଣ ଓ ସହରାଂଚଳ ବିକାସ ବିଭାଗ ମିଳିଛି । ଚିକିଟି ବିଧାନସଭା ଆସନରୁ ସେ ପ୍ରଥମ ଥର ପାଇଁ 1990 ରୁ 1995 ଯାଏଁ ବିଧାୟିକା ହୋଇଥିବା ବେଳେ 2000 ମସିହା ଠାରୁ କ୍ରମାଗତ 5ଥର ବିଧାୟିକା ଭାବେ ଜିତି ଆସୁଅଛନ୍ତି । ନବୀନ ମନ୍ତ୍ରିମଣ୍ଡଳର ଦୁଇଟି ପାଳିରେ ସେ 3ଥର କ୍ୟାବିନେଟ ମନ୍ତ୍ରୀ ଭାବେ ଯୋଜନା ଓ ସମନ୍ନୟ, ହସ୍ତତନ୍ତ ଓ ବୟନ ଶିଳ୍ପ,ମହିଳା ଓ ଶିଶୁବିକାଶ ,ବିଜ୍ଞାନ ଓ ବୈଷୟିକ ଶିକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ସୁଚାରୁ ରୁପେ ଦାୟିତ୍ୱ ତୁଲାଇଛନ୍ତି । ମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣେଇବାକୁ ଯାଇଥିବା ବ୍ୟକ୍ତି ଙ୍କ ମଧ୍ୟରେ ସଛିଡାନନ୍ଦ ରାଜଗୁରୁ, ରାମନାଥ ପାଣିଗ୍ରାହୀ,ନୀଳାମ୍ବର ପ୍ରଧାନ,ବୃନ୍ଦାବନ ସାହୁ,ଵି. କୃଷ୍ଣମୂର୍ତ୍ତି,ଧର୍ମା ରେଡ୍ଡୀ, ଭଗବତୀ ପାଣିଗ୍ରାହୀ,ରିତା ମହାନ୍ତି,ମମତା ବିଷୋୟୀ,ଟି.ପ୍ରେମାଞ୍ଜଳି,ମଧୁମିତା ମାଝୀଯଶୋଦା ଶବର,ଭଗବାନ ପାତ୍ର, ସିତାରାମ ପ୍ରଧାନ,ଟି.କୈଳାଶ ,ବୁଲୁ ରଣା, ରାଧାକାନ୍ତ ପ୍ରଧାନ,ସଂଗ୍ରାମ କେଶରୀ ନାୟକ,ରାମକୃଷ୍ଣ ନାୟକ ପ୍ରମୁଖଙ୍କ ସହ ଶତାଧିକ ଉପସ୍ଥିତ ରହି ଶୁଭେଛା ଜଣେଇଥିଲେ । ମନ୍ତ୍ରୀ ଉଷାଦେବୀଙ୍କ ସହିତ ରାଜା ସାହେବତ୍ରିଗୁଣାତିତ ଦେଓ ଓ ଯୁବରାଜ ଶ୍ରୀରୁପ ଦେଓଙ୍କୁ ମଧ୍ୟ ଉପସ୍ଥିତ ଶତାଧିକ ବିଜେଡି କର୍ମୀ ଶୁଭେଛା ଜଣେଇଥିଲେ । ଉଷାଙ୍କୁ ମନ୍ତ୍ରୀ ପଦ ମିଳିବା ପରେ ଚିକିଟି ନିର୍ବାଚନ ମଣ୍ଡଳୀ ରେ ବିଭିନ୍ନ ଗାଁରେ ବିଜେଡି କର୍ମୀ ଆତସବାଜି ଜାଳି ଖୁସି ମାନେଇ ମିଠେଇ ବଣ୍ଟନ କରିଛନ୍ତି ।