ଫ୍ରେଞ୍ଚ୍‌ ଓପନ୍‌ ଜିତିଲେ ରାଫେଲ ନାଦାଲ

add-all

ପ୍ୟାରିସ: ସ୍ପେନୀୟ ତାରକା ରାଫେଲ ନାଦାଲ କ୍ଲେ କୋର୍ଟ ରାଜା ବୋଲି ନିଜକୁ ପୁଣି ଥରେ ପ୍ରମାଣିତ କରିଛନ୍ତି। ୨୦୨୨ ମସିହାରେ ନାଦାଲ ନିଜ ୨୨ତମ ଗ୍ରାଣ୍ଡ୍ ସ୍ଲାମ ଟ୍ରଫି ମଧ୍ୟ ଜିତି ନେଇଛନ୍ତି। ଏଥି ସହ ଗ୍ରାଣ୍ଡ ସ୍ଲାମ୍‌ ଟ୍ରଫି କରାୟତ୍ତ କୀର୍ତ୍ତିମାନ ଧାରାକୁ ଆହୁରି ଦୃଢ଼ କରିଛନ୍ତି। ରବିବାର ଫ୍ରେଞ୍ଚ୍‌ ଓପନ୍‌ ଫାଇନାଲ୍‌ରେ ପଞ୍ଚମ ମାନ୍ୟତାପ୍ରାପ୍ତ ନାଦାଲ ସିଧାସଳଖ ୬-୩, ୬-୩, ୬-୦ ସେଟ୍‌ରେ ଅଷ୍ଟମ ମାନ୍ୟତାପ୍ରାପ୍ତ ନରୱେର କାସପର ରୁଡ୍‌ଙ୍କୁ ପରାସ୍ତ କରିଥିଲେ। ନରୱେର ରୁଡ୍‌ ପ୍ରଥମ ଥର ଗ୍ରାଣ୍ଡ ସ୍ଲାମ ଫାଇନାଲ୍‌ ଖେଳୁଥିବା ବେଳେ ନାଦାଲଙ୍କ ଏହା ୩୦ତମ ଥିଲା। ଏହି ବିଜୟ ସହ ରୋଲାଁ ଗ୍ୟାରୋସରେ ନାଦାଲ ୧୪ତମ ଥର ଟ୍ରଫି ଜିତିବାର ଗୌରବ ଅର୍ଜନ କରିଥିଲେ। ଏଥିସହ ସେ ୩୬ ବର୍ଷ ବୟସରେ ଫ୍ରେଞ୍ଚ୍‌ ଓପନ୍‌ ଜିତିବାରେ ବୟୋଜ୍ୟଷ୍ଠ ଖେଳାଳି ହୋଇଥିଲେ। ୨୦୦୫ରେ ୧୯ ବର୍ଷ ବୟସରେ ନାଦାଲ ପ୍ୟାରିସ୍‌ରେ ପ୍ରଥମ ଟ୍ରଫି ଜିତିଥିଲେ। ଚଳିତ ବର୍ଷ ନାଦାଲଙ୍କ ଏହା ଦ୍ବିତୀୟ ଗ୍ରାଣ୍ଡ ସ୍ଲାମ ଟ୍ରଫି। ବର୍ଷର ପ୍ରଥମ ଦୁଇ ଗ୍ରାଣ୍ଡ ସ୍ଲାମ୍‌ (ଅଷ୍ଟ୍ରେଲିଆନ୍‌ ଓ ଫ୍ରେଞ୍ଚ ଓପନ୍‌) ଜିତିବା ନାଦାଲଙ୍କ ପାଇଁ ପ୍ରଥମ।

ad-week
Leave A Reply

Your email address will not be published.