ଘାଟିରେ ଟାର୍ଗେଟ୍‌ କିଲିଂ: ଧରାପଡ଼ିଲା ହିଜବୁଲ ଆତଙ୍କୀ  

ବେଙ୍ଗାଲୁରୁ: ଜମ୍ମୁକଶ୍ମୀରରେ ଜରି ରହିଛି ଟାର୍ଗେଟ୍‌ କିଲିଂ। ଗଲା କିଛି ଦିନ ହେବ ହିନ୍ଦୁମାନଙ୍କୁ ଟାର୍ଗେଟ୍‌ କରି ଆଙ୍କବାଦୀମାନେ ହତ୍ୟା କରୁଛନ୍ତି। ଏହି ମାମଲାରେ ଏବେ ପୁଲିସକୁ ମିଳିଛି ବଡ ସଫଳତା। ଘାଟିରେ ହିନ୍ଦୁମାନଙ୍କୁ ହତ୍ୟା କରିବା ଅଭିଯୋଗରେ ବେଙ୍ଗାଲୁରୁରୁ ଜଣେ ହିଜବୁଲ ମୁଜାହୁଦ୍ଦିନ ଆତଙ୍କବାଦୀକୁ ଗିରଫ କରିଛି।
ଗିରଫ ଆତଙ୍କବାଦୀର ନାଁ ତାଲିବ ହୁସେନ। ତାଲିବକୁ ଜମ୍ମୁକଶ୍ମୀର ପୁଲିସ ଗିରଫ କରିଛି। ଘାଟିରେ ଟାର୍ଗେଟ୍‌ କିଲିଂ ମାମଲା ବଢ଼ିବା ପରେ ସୁରକ୍ଷାକର୍ମୀ ଓ ପୁଲିସ ପକ୍ଷରୁ ଜୋରଦାର ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଏହି ମାମଲାରେ ସାମିଲ ଥିବା ଆତଙ୍କବାଦୀଙ୍କୁ ଧରିବା ପାଇଁ ଚାଲିଥିଲା ଜୋରଦାର ପ୍ରସ୍ତୁତି।
ହିଜବୁଲ ଆତଙ୍କବାଦୀର ଗିରଫ ଉପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଏହି ପ୍ରକ୍ରିୟା ଏବେ ବି ଜାରି ରହିଛି। ପୁଲିସ୍‌ ଲୋକଙ୍କ ଉପରେ ନଜର ରଖିଛି। ଆମ ପୁଲିସ୍‌ ପକ୍ଷରୁ ମଧ୍ୟ ସହାୟତା କରାଯାଉଛି। ଆତଙ୍କବାଦୀଙ୍କୁ ଜମ୍ମୁ-କଶ୍ମୀର ପୁଲିସ୍‌ ବେଙ୍ଗାଲୁରୁରୁ ଗିରଫ କରିଛି।’
ସେପଟେ ଏ ନେଇ କଶ୍ମୀର ପୁଲିସ୍‌ର ଇନ୍‌ସ୍ପେକ୍ଟର ଜେନେରାଲ୍‌ କହିଛନ୍ତି, ‘ରାହୁଲ ଭଟ୍ଟଙ୍କ ହତ୍ୟା ମାମଲାରେ ୨ ଆତଙ୍କବାଦୀ ସଂପୃକ୍ତ ଥିଲେ। ଏବେ ସୁଦ୍ଧା ଜଣଙ୍କୁ କାବୁ କରାଯାଇଛି ଓ ଅନ୍ୟ ଜଣଙ୍କୁ ଖୋଜା ଚାଲିଛି। ସେହିପରି ଆମୀର ଭଟ୍ଟଙ୍କ ହତ୍ୟାକାଣ୍ଡରେ ବି ୨ ଆତଙ୍କବାଦୀ ସଂପୃକ୍ତ ଥିଲେ। ସେହି ୨ ଜଣଙ୍କୁ କାବୁ କରାଯାଇଛି। ସେହିପରି ବିଜୟ କୁମାରଙ୍କ ହତ୍ୟା ପଛରେ ବି ଜଣେ ଆତଙ୍କବାଦୀଙ୍କ ହାତ ଥିବା ଜଣାପଡ଼ିଛି। ତାଙ୍କୁ ମଧ୍ୟ ଖୁବ୍ ଶୀଘ୍ର ଗିରଫ କରାଯିବ।’
ଜୁନ୍‌ ୨ ତାରିଖରେ ରାଜସ୍ଥାନର ଜଣେ ବ୍ୟାଙ୍କ ମ୍ୟାନେଜର ବିଜୟ କୁମାରଙ୍କୁ ଜମ୍ମୁକଶ୍ମୀର କୁଲଗାମରେ ଆତଙ୍କବାଦୀମାନେ ବ୍ୟାଙ୍କ ଭିତରେ ପଶି ଗୁଳିକରି ହତ୍ୟା କରିଥିଲେ। ତାଙ୍କୁ ତାଙ୍କ ଅଫିସର ଠିକ୍‌ ବାହାରେ ଆତଙ୍କବାଦୀମାନେ ଆଖିବୁଜା ଗୁଳିମାଡ କରିଥିଲେ। ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଥିଲା। ସେଠାରେ ତାଙ୍କ ମୃତ୍ୟୁ ହୋଇଥିଲା।

ad-week
Leave A Reply

Your email address will not be published.