ଜୁନ୍‌ ୨୨ରେ ହାଜର ହେବାକୁ ନୂପୁର ଶର୍ମାଙ୍କୁ ସମନ ଜାରି କଲା ମହାରାଷ୍ଟ୍ର ପୁଲିସ୍‌

add-all

ମୁମ୍ବାଇ: ମହାରାଷ୍ଟ୍ରର ମୁମ୍ବାଇ ପୁଲିସ ବିଜେପିର ନିଲମ୍ବିତ ମୁଖପାତ୍ର ନୂପୁର ଶର୍ମାଙ୍କ ବିବାଦୀୟ ଧାର୍ମିକ ମନ୍ତବ୍ୟ ଉପରେ ତାଙ୍କ ବିବୃତ୍ତି ରେକର୍ଡ କରିବାକୁ ଜୁନ୍‌ ୨୨ରେ ହାଜର ହେବା ପାଇଁ ମଙ୍ଗଳବାର ସମନ ଜାରି କରିଛି।
ସଂଖ୍ୟାଲଘୁଙ୍କ ବିରୋଧରେ ଅପମାନସୂଚକ ଓ ଅଶାଳୀନ ମନ୍ତବ୍ୟ ଦେବା ପରେ ବିଜେପି ରବିବାର ମୁଖପାତ୍ର ନୂପୁର ଶର୍ମାଙ୍କୁ ଦଳର ପ୍ରାଥମିକ ସଦସ୍ୟତାରୁ ନିଲମ୍ବିତ କରିଥିଲା ଏବଂ ଦିଲ୍ଲୀର ଗଣମାଧ୍ୟମ ମୁଖ୍ୟ ନବୀନ କୁମାର ଜିନ୍ଦଲଙ୍କୁ ଦଳରୁ ବହିଷ୍କାର କରିଥିଲା।
ରିପୋର୍ଟରୁ ପ୍ରକାଶ, ଏହି ମାମଲାରେ ଦକ୍ଷିଣ ମୁମ୍ବାଇର ପିଧୋନି ପୁଲିସ ରଜା ଏକାଡେମୀର ମୁମ୍ବାଇ ୱିଙ୍ଗର ଯୁଗ୍ମ ସଚିବ ଇରଫାନ ଶେଖଙ୍କ ଦ୍ୱାରା ଦାଖଲ ହୋଇଥିବା ଅଭିଯୋଗ ଆଧାରରେ ନୂପୁର ଶର୍ମାଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲା।
ଶେଖ ତାଙ୍କ ଅଭିଯୋଗରେ ଅଭିଯୋଗ କରଥିଲେ ଯେ ସେ ଏକ ଟ୍ଵିିଟର ଲିଙ୍କ୍‌ ସହିତ ଏକ ବାର୍ତ୍ତା ପାଇଛନ୍ତି ଯେଉଁଥିରେ ଏକ ଟେଲିଭିଜନ୍‌ ବିତର୍କର ଭିଡିଓ କ୍ଲିପ୍‌ ରହିଛି। ଉକ୍ତ ଭିଡିଓ କ୍ଲିପ୍‌ରେ ନୂପୁର ଶର୍ମା ମହାପୁରୁଷ ମହମ୍ମଦ ଏବଂ ତାଙ୍କ ପତ୍ନୀ ଆୟେଶାଙ୍କ ବିରୋଧରେ କିଛି ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି; ଯେଉଁମାନେକି ମୁସଲମାନମାନଙ୍କ ଆରାଧ୍ୟ ରୂପେ ପୂଜା ପାଆନ୍ତି। ବିଜେପିର ପ୍ରବକ୍ତା ଥିବା ନୁପୂର ଶର୍ମାଙ୍କ ଏହି ବୟାନକୁ କେନ୍ଦ୍ରକରି ବିବାଦ ସୃଷ୍ଟି ହୋଇଥିଲା।
ଇତିମଧ୍ୟରେ ଇରାନ, କୁଏତ, କାତାର ଏବଂ ପାକିସ୍ତାନ ସମେତ ଅନେକ ଦେଶ ବିଜେପି ନେତାଙ୍କ ଏହି ବିବାଦୀୟ ତଥା ଅଶାଳୀନ ମନ୍ତବ୍ୟକୁ ତୀବ୍ର ନିନ୍ଦା କରିଛନ୍ତି। ଏ ସଂପର୍କରେ ଭାରତ କାତାର ଏବଂ କୁଏତକୁ ଜଣାଇଛି ଯେ ଯେଉଁମାନେ ସଂଖ୍ୟାଲଘୁଙ୍କ ବିରୋଧରେ ଟ୍ଵିଟରରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ସେମାନଙ୍କ ବିରୋଧରେ ଏହା ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ad-week
Leave A Reply

Your email address will not be published.