ବାରବାଟୀ ଷ୍ଟାଡିୟମରେ ଆଜିଠୁ ଅଫଲାଇନ୍ ଟିକେଟ ବିକ୍ରି ଆରମ୍ଭ

add-all

କଟକ: ବାରବାଟୀ ଷ୍ଟାଡିୟମ କ୍ରିକେଟ ଆନ୍ତର୍ଜାତିକ ମ୍ୟାଚ୍ ପାଇଁ ଆଜିଠୁ ଅଫଲାଇନ ଟିକେଟ ବିକ୍ରି ଆରମ୍ଭ ହୋଇଛି। ବାରବାଟୀ ଭାରତ ଓ ଦକ୍ଷିଣ ଆଫ୍ରିକା ଟି୨୦ ପାଇଁ ଆଜିଠୁ ଅନଲାଇନ ଟିକେଟ ବିକ୍ରି ପ୍ରକ୍ରିୟା ଆରମ୍ଭ ହୋଇଛି। ଓସିଏ ଅନୁବନ୍ଧିତ ସଂସ୍ଥା , କ୍ଳବ ଓ ସ୍କୁଲ, କଲେଜ ପିଲାମାନଙ୍କୁ ଆଜି ଓସିଏରେ ଦିଆଯାଇଛି ଅଫଳାଇନ ଟିକେଟ। ବିଶେଷକରି ୮ ହଜାର ଟିକେଟ ବିକ୍ରି ହେବା ନେଇ ଓସିଏ ପକ୍ଷରୁ ସୂଚନା ଦିଆଯାଇଛି।

କେବଳ ଅନୁମତି ପାଇଥିବା ସଦସ୍ୟଙ୍କୁ ଓସିଏ କନ୍ଫରେନ୍ସ ହଲକୁ ଛଡା ଯାଉଛି। ଆଉ ସେମାନେ ଟିକେଟ କିଣିବାକୁ ଯାଉଛନ୍ତି। ପୁଲିସର କଡା ସୁରକ୍ଷା ବଳୟ ମଧ୍ୟରେ ଟିକେଟ ବିକ୍ରି ହେଉଛି। ଆଉ ଯେଉଁ ଟିକେଟ ବଳକା ରହିବ ତାହାକୁ ସାଧାରଣ ୯ ଓ ୧୦ ତାରିଖରେ ସାଧାରଣ କାଉଣ୍ଟରରେ ବିକ୍ରି କରାଯିବ। ତେବେ ଏହି କ୍ରମରେ କଟକ ମେୟର ସୁବାସ ସିଂ ଟିକେଟ କିଣି ମ୍ୟାଚକୁ ନେଇ ବେଶ ଉତ୍ସାହିତ ରହିଛନ୍ତି। ତେବେ ମ୍ୟାଚ ପରିଚାଳନା ପାଇଁ ସିଏମସି ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ମେୟର।

ad-week
Leave A Reply

Your email address will not be published.