ଗୁଜୁରାଟ ପାଇଁ ନୂଆ ଟିମ ଘୋଷଣା କଲା ଆପ

add-all

ଅହମ୍ମଦାବାଦ: ଗୁଜୁରାଟ ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟି ନିଜର ସଂଗଠନକୁ ମଜବୁତ କରିବା ଆରମ୍ଭ କରିଛି। ଏହି କ୍ରମରେ ଦଳ ନୂତନ ଟିମ ଘୋଷଣା କରିଛି। ଆମ୍ ଆଦମୀ ପାର୍ଟି କିଶୋରଭାଇ ଦେଶାଇଙ୍କୁ ଦଳର ଗୁଜୁରାଟ ୟୁନିଟର ସଭାପତି ଭାବରେ ମନୋନୀତ କରିଥିବାବେଳେ ମନୋଜ ସୋରାଥିଆଙ୍କୁ ରାଜ୍ୟ ସାଧାରଣ ସମ୍ପାଦକ ଭାବରେ ନିଯୁକ୍ତ କରାଯାଇଛି। ବାସ୍ତବରେ, କିଛିଦିନ ତଳେ ଆମ୍ ଆଦମୀ ପାର୍ଟି ଗୁଜୁରାଟ ୟୁନିଟକୁ ଭାଙ୍ଗିଦେଇଥିଲା | ଦଳ ପକ୍ଷରୁ କୁହାଯାଇଥିଲା ବିଧାନସଭା ନିର୍ବାଚନ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ନୂତନ ନେତୃତ୍ୱ ଏବଂ ନୂତନ ନେତାଙ୍କ ଟିମକୁ ନେଇ କାର୍ଯ୍ୟ କରାଯିବ | ଏହି ପର୍ଯ୍ୟାୟରେ, ଆଜି ଆପ ନୂତନ ଟିମ ବାବଦରେ ଘୋଷଣା କରିଛି |
ଏହି ଟିମର ଦାୟିତ୍ୱ କିଶୋରଭାଇ ଦେଶାଇଙ୍କୁ ଦିଆଯାଇଥିବାବେଳେ ମନୋଜ ସୋରାଥିଆଙ୍କୁ ରାଜ୍ୟ ସାଧାରଣ ସମ୍ପାଦକ ଭାବରେ ନିଯୁକ୍ତ କରାଯାଇଛି। ଏହା ବ୍ୟତୀତ ଇସୁଦାନ ଗଡଭୀଙ୍କୁ ଆମ୍ ଆଦମୀ ପାର୍ଟିର ଜାତୀୟ ଯୁଗ୍ମ ସାଧାରଣ ସମ୍ପାଦକ ଓ ଇନ୍ଦ୍ରନିଲ ରାଜଗୁରୁଙ୍କୁ ଜାତୀୟ ଯୁଗ୍ମ ସଚିବ ଭାବରେ ନିଯୁକ୍ତ କରାଯାଇଛି।
ଗୁଜୁରାଟ ବିଧାନସଭା ନିର୍ବାଚନରେ ​​ପୂର୍ବରୁ ଆମ୍ ଆଦମୀ ପାର୍ଟି ଏପର୍ଯ୍ୟନ୍ତ କୌଣସି ଆସନ ଜିତିବାରେ ସକ୍ଷମ ହୋଇନଥିବାବେଳେ, ଏଥର କିନ୍ତୁ କଂଗ୍ରେସ ଉପରେ ଥିବା ଅସନ୍ତୁଷ୍ଟ ଭୋଟ ଆପକୁ ମିଳିବ ବୋଲି ଦଳ ଆଶା କରୁଛି । ରାଜ୍ୟରେ ଥିବା ୧୮୨ ଟି ବିଧାନସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଦଳ ପ୍ରସ୍ତୁତି ଆରମ୍ଭ କରିଛି। ଚଳିତ ବର୍ଷ ଶେଷରେ ଗୁଜୁରାଟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ।

ad-week
Leave A Reply

Your email address will not be published.