ମାଟିତଳୁ ମିଳିଲା ଦୁଇ ହଜାର ବର୍ଷର ପ୍ରାଚୀନ ସଭ୍ୟତା, ବହୁ ସାମଗ୍ରୀ ଉଦ୍ଧାର

add-all

ବରଗଡ଼: ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅସୁରଗଡ଼ ଗାଁରେ ମିଳିଛି ଏକ ପ୍ରାଚୀନ ସଭ୍ୟତାର ଚିହ୍ନ। ଏଠରେ ମାଟି ତଳୁ ମିଳିଛି ବହୁ ପ୍ରାଚୀନ ସାମଗ୍ରୀ। ମାଟି ତଳୁ ମିଳିଥିବା ସାମଗ୍ରୀକୁ ଦେଖି ବିଶେଷଜ୍ଞ କହିଛନ୍ତି ଏହା ପ୍ରାୟ ଦୁଇ ହଜାର ବର୍ଷ ପୂର୍ବର।
ବରଗଡ଼ ଜିଲ୍ଲାର ବରପାଲି ବ୍ଲକ ଅନ୍ତର୍ଗତ ଅସୁରଗଡ଼ ଗାଁରେ କିଛି ଦିନ ତଳେ ଭାରତ ସରକାରଙ୍କ ନିର୍ଦେଶ କ୍ରମେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ(ଜିଏମୟୁ)ର ଇତିହାସ ବିଭାଗ ତରଫରୁ ଖନନ କାମ ଚାଲିଥିବା ବେଳେ ପ୍ରାଚୀନ ସଭ୍ୟତାର ବହୁ ସାମଗ୍ରୀ ବାହାରିଛି ଯାହାକି ପ୍ରାୟ ଦୁଇ ହଜାର ବର୍ଷ ପୁରୁଣା ବୋଲି ଜଣାପଡିଛି।

ମାଟି ଖନନ ବେଳେ ମାଟି ତଳୁ ପ୍ରାଚୀନ ସଭ୍ୟତାର ମୁଦ୍ରା, ମାଳି, ପ୍ରାଚୀନ ସଭ୍ୟତାରେ ବ୍ୟବହାର ହେଉଥିବା ମୋହର, ଲୌହ ସାମଗ୍ରୀ, ଉନ୍ନତଧରଣର ମାଟିପାତ୍ର ଯଥା କୃଷ୍ଣ ଲୋହିତ ମାଟି ପାତ୍ର, ରଞ୍ଜିତ ଲାଲ ମାଟି ପାତ୍ର, ହାଣ୍ଡି ତଥା ପ୍ରାଚୀନ ସଭ୍ୟତାରେ ଗଢ଼ି ଉଠିଥିବା ଧ୍ୱଂସାବିଶେଷ ମିଳିଛି।
ଏହି ପ୍ରାଚୀନ ନଗରକୁ ସଦୃଢ଼ କରିବା ପାଇଁ ଏହାର ଦୁଇଟି ବୃହତ୍ ପ୍ରାଚୀର ଏବଂ ଦୁଇଟି ବଡ଼ଘାଇ ନିର୍ମାଣ କରାଯାଇଥିଲା, ଯାହା ଏବେ ବି ଦୃଶ୍ୟମାନ। ତେଣୁ ସାଧାରଣତଃ ଲୋକମାନେ ଏହି ବିଶାଳ ପ୍ରାଚୀରକୁ ଦେଖି ଏହା ଅସୁରମାନେ ନିର୍ମାଣ କରୁଥିଲେ ବୋଲି ଏହାକୁ ଅସୁରଗଡ଼ ବୋଲି କୁହାଯାଉଛି।

ଏହି ଅସୁରଗଡ଼ର ନଗର ପରିକଳ୍ପନା ଅନ୍ୟ ପ୍ରାଚୀନ ନଗର ପରିକଳ୍ପନା ସଦୃଶ। ମାତ୍ର ଏହାର ନଗର ପରିକଳ୍ପନା ଅନ୍ୟଠାରୁ ଭିନ୍ନ। ସାଧାରଣତଃ ପ୍ରାଚୀନ ସମୟରେ ‘ଗଡ଼’କୁ ଦୁର୍ଗ ମଧ୍ୟ କୁହାଯାଏ, ଯାହାକି ବିଭିନ୍ନ ପ୍ରକାର ହୋଇଥାଏ ଯାହାକି ଗିରି ଦୁର୍ଗ, ଜଳ ଦୁର୍ଗ, ସ୍ଥଳ ଦୁର୍ଗ, ବନ ଦୁର୍ଗ, ମୃତ୍ତିକା ଦୁର୍ଗ ଇତ୍ୟାଦି। ତେଣୁ ଏହି ଅସୁରଗଡ଼ ମୃତ୍ତିକା ଦୁର୍ଗ ଉନ୍ମୁକ୍ତ ଏହି ଦୁର୍ଗର ତିନୋଟି ଦ୍ୱାର ମଧ୍ୟ ରହିଛି ଯାହାକି ପୂର୍ବ, ପଶ୍ଚିମ, ଏବଂ ଉତ୍ତର ଦିଗରେ ରହିଛି।

ad-week
Leave A Reply

Your email address will not be published.