ଭାରତୀୟଙ୍କ ଉପରେ ଲଗାଇଥିବା ଭିସା ବ୍ୟାନକୁ ହଟାଇଲା ଚାଇନା

add-all

ବେଜିଂ: ମହାମାରୀ କରୋନା ପାଇଁ ଭାରତୀୟଙ୍କ ଭିସା ଉପରେ କଠୋର ପ୍ରତିବନ୍ଧକ ଲଗାଇଥିବା ଚାଇନା ନିଜ ଆଭିମୁଖ୍ୟରେ ପରିବର୍ତ୍ତନ କରିଛି। ଦୀର୍ଘ ୨ ବର୍ଷ ହେଲା ଭିସା ବ୍ୟାନ ଯୋଗୁ ଭାରତୀୟ କର୍ମଚାରୀ ଓ ସେମାନଙ୍କ ପରିବାର ଲୋକ ଭୋଗୁଥିବା ସମସ୍ୟାର ସମାଧନ କରିବ ଚାଇନା। ଏଣିକି ସେମାନଙ୍କୁ ଭିସା ଦେବାକୁ ଚାଇନା ନିଷ୍ପତ୍ତି ନେଇଥିବା ଖବର ମିଳିଛି।
ଏହାବାଦ ଚାଇନାର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନରେ ପୁଣି ପାଠପଢ଼ିବାକୁ ଚାହୁଁଥିବା ଭାରତୀୟ ଶିକ୍ଷାର୍ଥୀଙ୍କୁ ଭିସା ଦେବା ପ୍ରକ୍ରିୟା ଆରମ୍ଭ କରିବାକୁ ମଧ୍ୟ ବେଜିଂ ଘୋଷଣା କରିଛି।
ସୋମବାର ଭାରତରେ ଅବସ୍ଥାପିତ ଚାଇନିଜ ଦୂତାବାସ କୋଭିଡ ୧୯ ଭିସା ନୀତିକୁ ଅପଡେଟ୍‌ କରିବା ଆରମ୍ଭ କରିଛି। ଏହି ନୀତି ଅନୁସାରେ ଭାରତୀୟ କର୍ମଚାରୀ ଓ ସେମାନଙ୍କ ପରିବାର ଲୋକଙ୍କ ଭିସା ଆବେଦନକୁ ଯାଞ୍ଚ କରାଯାଉଛି। ଏହି ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ଭାରତୀୟଙ୍କୁ ଚାଇନାରେ କାମ କରିବାକୁ ଅନୁମତି ମିଳିବ। ୨୦୨୦ରୁ ହିଁ ଭିସା ନୀତି ଉପରେ ଚାଇନା ବ୍ୟାନ ଲଗାଇଥିଲା।
ବ୍ୟାନ ଯୋଗୁ କିଛି ଭାରତୀୟ କର୍ମଚାରୀଙ୍କ ପରିବାର ଲୋକ ନୂଆଦିଲ୍ଲୀରେ ଫସି ରହିଥିଲେ। ଏଥିପାଇଁ ଗତ ମାସରେ ଚାଇନାରେ ରହୁଥିବା ଭାରତୀୟ କର୍ମଚାରୀମାନେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ କହିଥିଲେ। ଶେଷରେ ଏବେ ଭାରତୀୟଙ୍କୁ ଆଶ୍ୱସ୍ତି ମିଳିଛି।

ad-week
Leave A Reply

Your email address will not be published.