ବଜ୍ରାଘାତରେ ୩ ବଳଦ ମୃତ

add-all

ଦାରିଙ୍ଗବାଡ଼ି(୧୪/୬) : ଦାରିଙ୍ଗବାଡ଼ି ଥାନା ସିଆଙ୍ଗବାଲି ପଞ୍ଚାୟତ ଅନ୍ତର୍ଗତ ପେଟେଡ଼ାବାଡ଼ି ଗ୍ରାମରେ ବଜ୍ରଘାତ ହୋଇ ୩ ଟି ବଳଦର ମୃତ୍ୟୁ ହୋଇଛି। ଆଜି ଦିନ ସନ୍ଧ୍ୟା ୫ ଘଣ୍ଟା ସମୟରେ ଏହି ବଜ୍ରପାତ ଘଟିଥିବା ଜଣା ପଡ଼ିଛି । ଏଥି ସହିତ ଅଂଚଳରେ ବର୍ଷା ପବନ ମଧ୍ୟ ହୋଇଥିଲା। ପେଟେଡ଼ାବାଡ଼ି ଗ୍ରାମର ଅନ୍ଦେରା ପ୍ରଧାନ ଙ୍କ ଗୋଟିଏ , ବେଡ଼ା ପ୍ରଧାନଙ୍କ ଦୁଇଟି ବଳଦ ମୃତ୍ୟ ହୋଇଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି। ତିନୋଟି ବଳଦର ମୂଲ୍ୟ ୫୦ ହଜାର ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଗ୍ରାମ ବାସୀ ପକ୍ଷରୁ ଅନୁମାନ କରାଯାଉଛି। ବଳଦ ଗୁଡ଼ିକ ଘର ପାଖ ଏକ ତେନ୍ତୁଳି ଗଛ ତଳେ ରହିଥିବା ବେଳେ ବଜ୍ରାଘାତ ହୋଇଥିଲା । ଏହି ବଳଦ ଗୁଡିକ ମରିଯିବା ପରେ ମାଲିକ ମାନେ କିଭଳି ଚାଷ କରିବେ ବୋଲି ଏବେ ଚିନ୍ତାରେ ପଡିଛନ୍ତି । ସରକାରଙ୍କ ପକ୍ଷରୁ ଯଥା ଶୀଘ୍ର କ୍ଷତିପୂରଣ ଦେବାକୁ ଅଂଚଳବାସୀ ପକ୍ଷରୁ ଦାବି ହେଉଛି।

ad-week
Leave A Reply

Your email address will not be published.