ଅର୍ଥନୀତିକୁ ଋଣମୁକ୍ତ ରଖିବା ଲାଗି ଚା କମ୍ ପିଅନ୍ତୁ: ପାକିସ୍ତାନ ମନ୍ତ୍ରୀ

add-all

ଇସ୍‌ଲାମାବାଦ୍‌: ଦେଶର ଅର୍ଥନୀତିକୁ ଋଣମୁକ୍ତ ରଖିବା ଲାଗି କମ୍‌ ଚା ପିଇବା ଲାଗି ପାକିସ୍ତାନ ଯୋଜନା ଓ ବିକାଶର ସଂଘୀୟ ମନ୍ତ୍ରୀ ଅଶାନ୍‌ ଇକ୍‌ବାଲ୍‌ ନାଗରିକମାନଙ୍କୁ ଅନୁରୋଧ କରିଛନ୍ତି।
ଚା ଆମଦାନି ସରକାରଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ପକାଉଥିବାରୁ ପାକିସ୍ତାନୀମାନେ ଦୈନିକ କପେ ଦୁଇ କପ୍‌ ଚା ପାନ କମାଇ ପାରିବେ ବୋଲି ଅଶାନ୍‌ ଇକ୍‌ବାଲ୍‌ କହିଛନ୍ତି।
ସାମ୍ବାଦିକମାନଙ୍କୁ ଇକ୍‌ବାଲ୍‌ କହିଛନ୍ତି ଯେ, ଋଣ ‌କରି ଦେଶ ଚା ଆମଦାନି କରୁଛି।
‘ଫେଡେରାଲ୍‌ ବଜେଟ୍‌’ କାଗଜପତ୍ରରୁ ଜଣାପଡ଼ିଛି ଯେ, ଗତ ଆର୍ଥିକ ବର୍ଷରେ ପାକିସ୍ତାନ ୧୩ ବିଲିୟନ୍‌ ମୂଲ୍ୟର ଚା ଆମଦାନି କରିଛି।
‘ଅବ୍‌ଜର୍‌ଭେଟରି ଅଫ୍ ଇକୋନୋମିକ୍‌ କମ୍ପ୍ଲେକ୍ସିଟି’ ମତରେ, ୨୨୦ ନିୟୁତ ଜନତା ବସବାସ କରୁଥିବା ପାକିସ୍ତାନ ହେଉଛି ବିଶ୍ବର ଏକ ନମ୍ବର ଚା ଆମଦାନିକାରୀ ଦେଶ। ୨୦୨୦ରେ ପାକିସ୍ତାନ ୬୪୦ ନିୟୁତ ଡଲାର୍‌ ମୂଲ୍ୟର ଚା ଆମଦାନି କରିଛି।
ଉଲ୍ଲେଖଯୋଗ୍ୟ, କିଛି ମାସ ଧରି ପାକିସ୍ତାନ ଉତ୍କଟ ଆର୍ଥିକ ଆହ୍ବାନର ସମ୍ମୁଖୀନ ହେଉଥିବାରୁ ଖାଦ୍ୟ, ଗ୍ୟାସ୍‌ ଏବଂ ତୈଳ ଦର ବୃଦ୍ଧି ପାଉଛି। ଦେଶର ବୈଦେଶିକ ମୁଦ୍ରା ରିଜର୍ଭ ମଧ୍ୟ ଦ୍ରୁତ ବେଗରେ ଶେଷ ହୋଇ ଆସୁଛି। ଫେବ୍ରୁଆରି ଶେଷ ସୁଦ୍ଧା କେନ୍ଦ୍ରୀୟ ବ୍ୟାଙ୍କ୍‌ରେ ୧୬.୩ ବିଲିୟନ୍‌ ଡଲାର୍‌ ଥିବା ବୈଦେଶିକ ମୁଦ୍ରା ମେ ମାସରେ ପ୍ରାୟ ୧୦ ବିଲିୟନ୍‌ ଡଲାର୍‌କୁ ହ୍ରାସ ପାଇଛି ବୋଲି ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’ ରିପ‌ୋର୍ଟ କରିଛି।

ad-week
Leave A Reply

Your email address will not be published.