ସରଯୁ ନଦୀରେ ବୁଡ଼ ପକାଇବାବେଳେ ପତ୍ନୀଙ୍କୁ ଚୁମ୍ବନ ଦେଇ ହଟହଟା ହେଲେ ଯୁବକ

add-all

ଲକ୍ଷ୍ନୌ: ଅଯୋଧ୍ୟାର ସରଯୁ ନଦୀରେ ବୁଡ଼ ପକାଇବାକୁ ଯାଇ ହଟହଟା ହେଲେ ଦମ୍ପତି। ବୁଡ଼ ପକାଇବା ବେଳେ ପତ୍ନୀଙ୍କୁ ଚୁମ୍ବନ ଦେଇ ହଟହଟା ହେଲେ ଯୁବକ। ଉପସ୍ଥିତ ଲୋକେ ଯୁବକ ଜଣଙ୍କୁ ଉତ୍ତମ ମଧ୍ୟମ ଦେଇଥିବା ବେଳେ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣା ପ୍ରାୟ ସପ୍ତାହେ ତଳର ବୋଲି ଜଣାଯାଇଛି।
ଭିଡିଓରେ ଦେଖିବାକୁ ମିଳିଛି, ଏହି ଦମ୍ପତି ସରଯୁ ନଦୀର ପଇଡି ଘାଟକୁ ବୁଡ଼ ପକାଇବାକୁ ଯାଇଥିଲେ। ଉକ୍ତ ସମୟରେ ସେଠାରେ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ମାତ୍ର ସ୍ନାନ କରୁ କରୁ ଯୁବକ ଜଣଙ୍କ ନିଜ ପତ୍ନୀଙ୍କୁ ଚୁମା ଦେବାରୁ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ସମ୍ପୃକ୍ତ ଯୁବକଙ୍କୁ ପାଣି ଭିତରୁ ବାହାରକୁ ଟାଣି ଆଣି ଉତ୍ତମ ମଧ୍ୟମ ଥୋଇଥିଲେ। ଏଥିରେ ଉଦବିଗ୍ନ ହୋଇ ସମ୍ପୃକ୍ତ ଯୁବକଙ୍କ ପତ୍ନୀ ତୁରନ୍ତ ଭିଡ଼ ଭିତରେ ପଶି ନିଜ ସ୍ୱାମୀଙ୍କୁ ରକ୍ଷା କରୁଥିବା ଭିଡିଓରେ ଦେଖାଯାଇଛି।
ଏନେଇ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇ ନ ଥିବା କହିଛନ୍ତି ଅଯୋଧ୍ୟାର ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀ। ଭିଡିଓ ସପ୍ତାହ ତଳର ହୋଇଥିବା ବେଳେ ପୁଲିସ୍‌ ଏବେ ପୀଡ଼ିତଙ୍କୁ ଖୋଜିବାକୁ ଚେଷ୍ଟା କରୁଛି। ଏନେଇ ସେ ଅଭିଯୋଗ ଦେବାକୁ ଚାହିଁଲେ ପୁଲିସ୍‌ ମାଡ଼ ମାରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସେ କହିଛନ୍ତି।

ad-week
Leave A Reply

Your email address will not be published.