ଗୁଜରାଟ ଦଙ୍ଗା ମାମଲାରେ ତିସ୍ତାଙ୍କ ଗିରଫଦାରିକୁ ଆମେରିକାରେ ନିନ୍ଦା

add-all

ଅହମ୍ମାଦାବାଦ: ଗୁଜରାଟ ଦଙ୍ଗା ମାମଲାରେ ଗିରଫ ହୋଇଥିବା ସାମାଜିକ କର୍ମୀ ତିସ୍ତା ଶୀତଲୱାଡ଼ଙ୍କ ଗିରଫଦାରିକୁ ଆମେରିକାରେ ନିନ୍ଦା କରାଯାଇଛି। ମାନବିକ ଅଧିକାର ପାଇଁ ଲଢ଼ିବା ଅପରାଧ ନୁହେଁ। ଆମେରିକାର ଜଣାଶୁଣା ମାନବିକ ଅଧିକାର କର୍ମୀ ମେରି ଲାଓଲର ଏହା କହିଛନ୍ତି। ସେ କହିଛନ୍ତି ଯେ, ତିସ୍ତା ଶୀତଲୱାଡ଼ ମାନବିକ ଅଧିକାରର ସୁରକ୍ଷା ପାଇଁ ଲଢ଼େଇ କରିଆସୁଛନ୍ତି। ଘୃଣା ବିଦ୍ୱେଷ ଏବଂ ଭେଦଭାବ ବିରୋଧୀ ସ୍ୱରର ଏକ ପ୍ରମୁଖ ପ୍ରତୀକ ହୋଇପାରିଛନ୍ତି ତିସ୍ତା । ନ୍ୟାୟରୁ ବଞ୍ଚିତ ହେଉଥିବା ଲୋକଙ୍କ ପାଇଁ ଲଢ଼ୁଥିବା ତିସ୍ତାଙ୍କ ଗରଫ ନିନ୍ଦନୀୟ ବୋଲି ସେ କରିଛନ୍ତି।
ଗୁଜରାଟ ଦଙ୍ଗା ମାମଲାରେ ମିଥ୍ୟା ତଥ୍ୟ ଦେବା ଅଭିଯୋଗରେ ଗତକାଲି ତାଙ୍କୁ ଏସଆଇଟି ଗିରଫ କରିଥିଲା। ତାଙ୍କ ସହ ଗୁଜରାଟର ଅବସରପ୍ରାପ୍ତ ପୁଲିସ ଡିଜି ଶ୍ରୀକୁମାରଙ୍କୁ ଗିରଫ କରାଯାଇଛି। ସେମାନଙ୍କ ବିରୋଧରେ ଫୌଜଦାରୀ ଷଡ଼ଯନ୍ତ୍ର, ଜାଲିଆତି ଏବଂ ଆଇପିସିର ଅନ୍ୟାନ୍ୟ ଦଫା ଲଗାଇଛି ପୁଲିସ। ତିସ୍ତାଙ୍କ ସମେତ ଆଉ ଦୁଇ ଜଣ ପୂର୍ବ ଆଇପିଏସ୍‌ ଅଫିସର ସଂଜୀବ ଭଟ୍ଟ ଏବଂ ଆର୍‌ଭି ଶ୍ରୀକୁମାରଙ୍କ ବିରୋଧରେ ଶନିବାର ଏଫ୍‌ଏତଲା ରୁଜୁ ହୋଇଥିଲା। ଅହମ୍ମଦାବାଦ ସହର ପୁଲିସ ଅପରାଧ ଶାଖା ଇନ୍‌ସପେକ୍ଟର ଦର୍ଶନାସିଂହ ବି ବରାଡଙ୍କ ଅଭିଯୋଗ ଆଧାରରେ ଏହି ତିନି ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଗୁଜରାଟ ଏଟିଏଏସ୍‌ର ଏକ ଟିମ ଶନିବାର ଦିନ ମୁମ୍ବାଇର ଜୁହୁ ପହଞ୍ଚି ତିସ୍ତା ଶୀତଲୱାଡଙ୍କୁ ତାଙ୍କ ଘରୁ ଗିରଫ କରିଛି। ଅହମ୍ମଦାବାଦ କ୍ରାଇମ ବ୍ରାଞ୍ଚ ପୂର୍ବ ଆଇପିଏସ୍‌ ଅଧିକାରୀ ତଥା ରାଜ୍ୟର ଅବସରପ୍ରାପ୍ତ ଡିଜି ଶ୍ରୀକୁମାରଙ୍କୁ ମଧ୍ୟ ଗିରଫ କରିଛି । ଏହି ତିନି ଅଭିଯୁକ୍ତ ଜାକିଆ ଜାଫ୍‌ରିଙ୍କ ମାଧ୍ୟମରେ କୋର୍ଟରେ ବିଭିନ୍ନ ଆବେଦନ ଦାଖଲ କରି ମିଥ୍ୟା ଓ ବିଭ୍ରାନ୍ତିକର ତଥ୍ୟ ରଖିବା ସହ ବିଭିନ୍ନ ତଦନ୍ତକାରୀ ସଂସ୍ଥାକୁ ମିଥ୍ୟା ସୂଚନା ଦେଇଥିବା ଏଟିଏସ୍‌ କହିଛି।
ସୂଚନାଯୋଗ୍ୟ ଯେ ସୁପ୍ରିମ୍‌ କୋର୍ଟ ଗୁଜରାଟ ଦଙ୍ଗା ଉପରେ ଏସ୍‌ଆଇଟିର ରିପୋର୍ଟ ବିରୋଧରେ ଦାଖଲ ପିଟିସନ ଖାରଜ କରିଥିଲେ। ଏହି ଆବେଦନ ନିହତ ସାଂଦଙ୍କ ପତ୍ନୀ ଜାକିଆ ଜାଫ୍‌ରିଙ୍କ ଦ୍ୱାରା କରାଯାଇଥିଲା। ସୁପ୍ରିମ୍‌କୋର୍ଟ ଏହି ଆବେଦନକୁ ଖାରଜ କରି କହିଥିଲେ ଯେ ତିସ୍ତା ଶୀତଲୱାଡଙ୍କ ସଂପର୍କରେ ଅଧିକ ଖୋଳତାଡ଼ ହେବା ଜରୁରୀ। ଜାଫ୍‌ରିଙ୍କୁ ବ୍ୟବହାର କରି ତିସ୍ତା ନିଜ ସ୍ୱାର୍ଥ ହାସଲ ପାଇଁ ଷଡ଼ଯନ୍ତ୍ର କରୁଥିବା ଖଣ୍ଡପୀଠ ଅନୁଭବ କରୁଥିବା କହିଥିଲେ। ଏହା ପରେ ଶନିବାର ଏଟିଏସ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଶନିବାର ସକାଳେ ଅମିତ ଶାହ ଏଏନ୍‌ଆଇକୁ ଏକ ସାକ୍ଷାତକାରରେ କହିଥିଲେ ଯେ ତିସ୍ତାଙ୍କ ନାମ ସୁପ୍ରିମ୍‌କୋର୍ଟ ରାୟରେ ଉଲ୍ଲେଖ ଅଛି। ଗୁଜରାଟ ଦଙ୍ଗା ନେଇ ପୁଲିସକୁ ମିଥ୍ୟା ତଥ୍ୟ ଦେଇ ବିଭ୍ରାନ୍ତ କରିଥିଲେ ବୋଲି ଶାହ କହିଥିଲେ।

ad-week
Leave A Reply

Your email address will not be published.