
ଭୁବନେଶ୍ୱର: ଜୁଲାଇ ୨ରୁ ଆରମ୍ଭ ହେବ ବିଧାନସଭା ବଜେଟ୍ ଅଧିବେଶନ । ଯାହା ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ ୧ ତାରିଖ ରଥଯାତ୍ରା ଥିବାରୁ ଜୁଲାଇ ୨ ତାରିଖରେ ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ । ବୈଠକ ଦିନ ୧୧ଟାରେ ଆରମ୍ଭ ହେବାକୁ ଥିବାରୁ ସକାଳେ ବିଜେଡି ବିଧାୟକ ଦଳ ବୈଠକ ହେବାର ସମ୍ଭାବନା ରହିଛି ।
ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ବଜେଟ୍ ଅଧିବେଶନରେ ଦଳର ରଣନୀତି ନେଇ ଆଲୋଚନା ହେବ ବୋଲି ସୂଚନା ମିଳିଛି ।