‘ମନି ଲଣ୍ଡରିଙ୍ଗ୍‌’ ମାମଲାରେ ‘ଇଡି’ରେ ହାଜର ହେଲେ ସଞ୍ଜୟ ରାଉତ

add-all

ନୂଆଦିଲ୍ଲୀ: ‘ନିର୍ଭିକ’ ବୋଲାଉଥିବା ବରିଷ୍ଠ ଶିବସେନା ନେତା ସଞ୍ଜୟ ରାଉତ ‘ମନି ଲଣ୍ଡରିଙ୍ଗ୍‌’ ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହୋଇଛନ୍ତି।
ତାଙ୍କ ବକ୍ତବ୍ୟରୁ ଉଦ୍ଧାର କରି ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’ ରିପୋର୍ଟ କରିଛି, ଜୀବନରେ କେବେ କ‌ୌଣସି ଭୁଲ୍‌ କରି ନ ଥିବାରୁ ମୁଁ ଜଣେ ନିର୍ଭିକ ବ୍ୟକ୍ତି। ଏ ସବୁ ରାଜନୀତି ବୋଲି ଆମେ ପରେ ଜାଣିପାରିବା। ଗୋଟାଏ ନିରପେକ୍ଷ ଏଜେନ୍‌ସି ନିକଟକୁ ଯାଉଛି ବୋଲି ଏହିକ୍ଷଣି ମୋର ମନେହେଉଛି ଆଉ ମୁଁ ସେମାନଙ୍କ ପ୍ରତି ମୋର ପୂର୍ଣ୍ଣ ବିଶ୍ବାସ ରହିଛି।
ଆଜି ସକାଳେ କରିଥିବା ଟୁଇଟ୍‌ରେ ସେ ଲେଖିଥିଲେ, ଆଜି ମଧ୍ୟାହ୍ନ ୧୨ଟାରେ ତଦନ୍ତକାରୀ ଏଜେନ୍‌ସିରେ ହାଜର ହେବି। ମୋ ନିକଟକୁ ଆସିଥିବା ସମନ୍‌କୁ ସମ୍ମାନ ହେଉଛି। ତଦନ୍ତକାରୀ ଏଜେନ୍‌ସିଙ୍କୁ ସହଯୋଗ କରିବା ମୋର କର୍ତ୍ତବ୍ୟ। ତେଣୁ, କୌଣିସ ପ୍ରକାର ଗଣ୍ଡଗୋଳ କିଂବା ଏଜେନ୍‌ସି ଅଫିସ୍‌ ଆଗରେ ଗହଳି କରିବା ପାଇଁ ସେ ଦଳର କର୍ମୀମାନଙ୍କୁ ଅନୁରୋଧ। ନିଶ୍ଚିନ୍ତ ରୁହ।
ସ୍ମରଣଯୋଗ୍ୟ, ଜେରା ନିମନ୍ତେ ରାଉତ ଜୁନ୍‌ ୨୮ରେ ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହେବାର ଥିଲା। କିନ୍ତୁ, ସବୁ ଦଲିତ ପତ୍ର ଯୋଗାଡ଼ କରିବା ନିମନ୍ତେ ପ୍ରାୟ ୨ ସପ୍ତାହ ବିଳମ୍ବ କରିବା ପାଇଁ ତାଙ୍କ ଓକିଲ ଅନୁରୋଧ କରିଥିଲେ। ଏହାପରେ ପ୍ରବର୍ତ୍ତନ ନିର୍ଦେଶାଳୟ ସାନି ସମନ୍‌ ଜାରି କରି ଜୁଲାଇ ୧ ତାରିଖରେ ହାଜର ହେବା ପାଇଁ ସଞ୍ଜୟ ରାଉତଙ୍କୁ ନିର୍ଦେଶ ଦେଇଥିଲେ।
ମୁମ୍ବାଇର ପତ୍ରା ଚୱଲ୍‌ ପୁନଃ-ବିକାଶ ଘଟଣାରେ ରାଉତଙ୍କ ବିରୋଧରେ ତଦନ୍ତ ଆରମ୍ଭ କରାଯାଇଥିଲା। ଏପ୍ରିଲ୍‌ ମାସରେ ପ୍ରବର୍ତ୍ତନ ନିର୍ଦେଶାଳୟ କହିଥିଲା ଯେ, ରାଉତ ଏବଂ ତାଙ୍କ ପରିବାରର ୧୧.୧୫ କୋଟି ଟଙ୍କାର ସ୍ଥାବର ସମ୍ପତ୍ତି ଅଛି। ସେଥିରେ ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷାଙ୍କ ମାଲିକାନାରେ ଦାଦରରେ ଗୋଟାଏ ଫ୍ଲାଟ୍‌ ଅଛି।

ad-week
Leave A Reply

Your email address will not be published.