ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ନାମରେ ମାନହାନୀ ମାମଲା ରୁଜୁ କଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା

add-all

ନୂଆଦିଲ୍ଲୀ: ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ନାମରେ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ମାନହାନୀ ମାମାଲା ରୁଜୁ କରିଛନ୍ତି।
ରାଜ୍ୟ ସରକାରରେ ସ୍ବାସ୍ଥ୍ୟମନ୍ତ୍ରୀ ଥିବା ବେଳେ ହିମନ୍ତ ବିଶ୍ବଶର୍ମା ‘କୋଭିଡ୍‌ ପର୍ସନାଲ୍‌ ପ୍ରୋଟେକ୍ଟିଭ୍‌ ଇକ୍ୟୁପ୍‌ମେଣ୍ଟ୍‌’ (ପିପିଇ) ପାଇଁ ‘କଣ୍ଟ୍ରାକ୍ଟ୍‌’ ଦେବାରେ ଦୁର୍ନୀତି କରିଥିଲେ ବୋଲି ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଅଭିଯୋଗ କରିଥିଲେ।

ସିସୋଦିଆ ଅଭିଯୋଗ କରିଥିଲେ ଯେ, ପତ୍ନୀ ସମ୍ପୃକ୍ତ ଥିବା କମ୍ପାନିକୁ ହିମନ୍ତ ବିଶ୍ବଶର୍ମା ‘ପିପିଇ କିଟ୍‌’ ‘କଣ୍ଟ୍ରାକ୍ଟ୍‌’ ଦେଇଥିଲେ ଏବଂ ସେ କମ୍ପାନିଠାରୁ ‘ପିପିଇ’ ଖରିଦ ବାବଦକୁ ଅତ୍ୟଧିକ ମୂଲ୍ୟ ଦେଇଥିଲେ।
ସ୍ମରଣଯୋଗ୍ୟ, ହିମନ୍ତ ବିଶ୍ବଶର୍ମାଙ୍କ ପତ୍ନୀ ରିନିକ୍‌ ଭୂୟାଁ ଶର୍ମା ମଧ୍ୟ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀଙ୍କ ନାଁରେ ୧୦୦ କୋଟି ଟଙ୍କାର ମାନହାନୀ ମାମଲା ରୁଜୁ କରିଛନ୍ତି।
ଚଳିତ ମାସର ପ୍ରାରମ୍ଭରେ ଶର୍ମାଙ୍କ ନାମରେ ଅଭିଯୋଗ ଉଠାଇବା ବେଳେ ସିସୋଦିଆ କହିଥିଲେ, ହିମନ୍ତ ବିଶ୍ବଶର୍ମା ତାଙ୍କ ପତ୍ନୀଙ୍କ କମ୍ପାନିକୁ ‘କଣ୍ଟ୍ରାକ୍ଟ୍‌’ ଦେଇଛନ୍ତି। ସେହି ସମୟରେ ଅନ୍ୟ କମ୍ପାନିଠାରୁ ଅନ୍ୟମାନେ ‘ପିପିଇ’ କିଟ୍‌ ପିଛା ୬୦୦ ଟଙ୍କା ଦେଉଥିବା ବେଳେ ସେ ‘ପିପିଇ କିଟ୍‌’ ଗୋଟିକୁ ୯୯୦ ଟଙ୍କାରେ ଖରିଦ କରିଥିଲେ। ଏହା ବଡ଼ ଅପରାଧ। ଏ କଥା ପ୍ରମାଣ କରିବା ପାଇଁ ତାଙ୍କ ନିକଟରେ କାଗଜପତ୍ର ଅଛି ବୋଲି ସିସୋଦିଆ ଦାବି କରିଥିଲେ।

ad-week
Leave A Reply

Your email address will not be published.