ଛାତ୍ରବତ୍ସଳ ଶିକ୍ଷକ ଚାକିରୀରୁ ଅବସର ଗ୍ରହଣ

add-all

ଫୁଲବାଣୀ : ଆଜି ଫୁଲବାଣୀ ଶିକ୍ଷକ ସମାଜରୁ ଜଣେ ନିଷ୍ଠାବାନ, କର୍ତ୍ତବ୍ୟ ପରାୟଣ, ଛାତ୍ର ବତ୍ସଳ ଶିକ୍ଷକ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି। ଶ୍ରୀ ଅନନ୍ତ କିଶୋର ଦାଶ ଉକୁସୁଗଣ୍ଡା ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟ କରୁଥିଲେ।ତାଙ୍କର ଅବସରରେ ଉକୁସୁଗଣ୍ଡା ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ବିଦ୍ୟାଳୟରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ହୋଇଥିଲା।ଏହି ସଭାରେ ଫୁଲବାଣୀ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରୁ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଅଶୋକ କୁମାର ମିଶ୍ର ମୁଖ୍ୟ ଅତିଥି, ଅନ୍ୟ ତମ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ୟାମବନ୍ଧୁ ମହାରଣା, ସିଆରସିସି ସରୋଜ କୁମାର ପାତ୍ର, ପ୍ରଦୀପ କୁମାର ମହାନ୍ତି, ଫୁଲବାଣୀ ମିଳିତ ଶିକ୍ଷକ ସମନ୍ବୟ ସମିତି ସଭାପତି ସୁକାନ୍ତ କୁମାର ବେହେରା, ବିଶିପଡ଼ା ଉ ପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲକ୍ଷ୍ମଣ ଜେନା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିକ୍ଷକଙ୍କ ସ୍ମୃତି ଚାରଣ କରିବା ସହିତ ତାଙ୍କ ଚାକିରି ଜୀବନକୁ ଭୁୟସୀ ପ୍ରଶଂସା କରିଥିଲେ। ଗାଁର ଜନସାଧାରଣଙ୍କ ସହିତ ଛାତ୍ରଛାତ୍ରୀମାନେ ଦୁଃଖର ସହିତ ଶିକ୍ଷକଙ୍କୁ ବିଦାୟ ଦେଇଥିଲେ।

ad-week
Leave A Reply

Your email address will not be published.