ଔରଙ୍ଗାବାଦ ପରେ ବଦଳିବ କି ହାଇଦ୍ରାବାଦର ନାମ ! ମୋଦି ସମ୍ବୋଧନ କଲେ ଭାଗ୍ୟନଗର

add-all

ହାଇଦ୍ରାବାଦ: ଜୁନ୍ ୩୦ରେ ମହାରାଷ୍ଟ୍ର କ୍ୟାବିନେଟ୍‌ରେ ଏକ ଦୀର୍ଘ ଦିନର ଦାବିକୁ ସ୍ବୀକୃତି ମିଳିଥିଲା। ଔ‌ରଙ୍ଗାବାଦକୁ ସମ୍ଭାଜୀନଗର ଏବଂ ଉସମାନାବାଦ ସହରକୁ ଧାରାଶିବ କରିବା ପାଇଁ ଦୀର୍ଘ ଦିନ ଧରି ‌ଯେଉଁ ଦାବି ରହିଥିଲା ତାହାକୁ କ୍ୟାବିନେଟ୍‌ ମଂଜୁରି ମିଳିଥିଲା। ଔ‌ରଙ୍ଗାବାଦ ଓ ଉସମାନାବାଦ ପରେ ଏବେ ହାଇଦ୍ରାବାଦର ନାଁ ବଦଳିପାରେ ବୋଲି ଚର୍ଚ୍ଚା ହେଉଛି।
ସୂଚନା ମୁତାବକ, ହାଇଦ୍ରାବାଦରେ ଭାରତୀୟ ଜନତା ପାର୍ଟି (ବିଜେପି) ର ଦୁଇ ଦିନିଆ ଜାତୀୟ କାର୍ଯ୍ୟକାରିଣୀ ବୈଠକକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧିତ କରିଥିଲେ। ବୈଠକର ଶେଷ ଦିନରେ ପ୍ରଧାନମନ୍ତ୍ରୀ ମୋଦୀ ହାଇଦ୍ରାବାଦକୁ ଭାଗ୍ୟନଗର ବୋଲି କହି ସମ୍ବୋଧିତ କରିଥିଲେ। ଏହା ପରେ ବର୍ତ୍ତମାନ ହାଇଦ୍ରାବାଦର ନାମ ମଧ୍ୟ ପରିବର୍ତ୍ତନ ହେବ ବୋଲି ଚର୍ଚ୍ଚା ଜୋର ଧରିଛି। ହାଇଦ୍ରାବାଦର ନାଁ ବଦଳାଯାଇ ଭାଗ୍ୟନଗର କରାଯାଇପାରେ ବୋଲି ଆଲୋଚନା ଆରମ୍ଭ ହୋଇଯାଇଛି।
ପ୍ରଧାନମନ୍ତ୍ରୀ ନିଜ ସମ୍ବୋଧନରେ କହିଥିଲେ ଯେ ହାଇଦ୍ରାବାଦ ହେଉଛି ଭାଗ୍ୟନଗର ଯାହା ଆମ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ବିଜେପି ନେତା ରବି ଶଙ୍କର ପ୍ରସାଦ କହିଛନ୍ତି ଯେ, ହାଇଦ୍ରାବାଦ ହେଉଛି ଭାଗ୍ୟନଗର ଯାହା ଆମ ସମସ୍ତଙ୍କ ପାଇଁ ମହତ୍ବପୂର୍ଣ୍ଣ। ସର୍ଦ୍ଦାର ପଟେଲ ଅଖଣ୍ଡ ଭାରତର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଏବଂ ଏହାକୁ ଆଗକୁ ନେବା ବିଜେପିର ଦାୟିତ୍ବ ଅଟେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆଜି ପ୍ରଧାନମନ୍ତ୍ରୀ ବିଜେପିର ସୁଯୋଗ, ବିଜେପିର ଇତିହାସ ବିକାଶର ଯାତ୍ରା, ବିଜେପିର ଭବିଷ୍ୟତ ଏବଂ ଦେଶ ପ୍ରତି ଆମର ଦାୟିତ୍ବ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଛନ୍ତି।

ad-week
Leave A Reply

Your email address will not be published.