ଚାକିରି ଚାପରେ ମହାନଦୀକୁ ଡେଇଁ ଜୀବନ ହାରିଲେ ଯୁବକ

add-all

ଆଠଗଡ଼: ଚାକିରି ଚାପରୁ ମହାନଦୀକୁ ଡେଇଁଲେ ଜୀବନ ହାରିଲେ ଯୁବକ। ଆଠଗଡ଼ରେ ମହାନଦୀକୁ ଡେଇଁ ଯୁବକ ଜଣକ ଜୀବନ ହାରିଛନ୍ତି। ମୃତକ ହେଲେ ଖଣ୍ଡଗିରି ଅଞ୍ଚଳର ପ୍ରସନ୍ନଜିତ ମହାନ୍ତି। ସେ ଏକ ଘରୋଇ ବ୍ୟାଙ୍କରେ ଚାକିରି କରିଥିଲେ।

ସୂଚନାଥାଉ କି, ଗତ ୧ ତାରିଖ ଦିନ ଅପରାହ୍ନ ୩ଟାରେ ପ୍ରସନ୍ନଜିତ ଘରୁ ବାହାରି ଆଉ ଘରକୁ ଫେରିନଥିଲେ। ମୁଣ୍ଡଳି ଠାରେ ନିଜର ବୁଲେଟ୍‌ ରଖି ନିଖୋଜ ଥିଲେ। ପରିବାର ଲୋକ ବହୁତ ଖୋଜାଖୋଜି କରିବା ପରେ ତାଙ୍କୁ ନପାଇବାରୁ ଖଣ୍ଡଗିରି ଓ ମୁଣ୍ଡୁଳି ଥାନାରେ ଏନେଇ ଏତଲା ଦେଇଥିଲେ। ଚୌଦ୍ୱାର ଥାନା ଅନ୍ତର୍ଗତ ବିଦ୍ୟାଧରପୁର ବାସେଳି ତୁଠରୁ ଏକ ଯୁବକଙ୍କ ମୃତଦେହ ଠାବ କରିଥିଲା। ଘଟଣାସ୍ଥଳରେ ପରିବାର ଲୋକ ପହଞ୍ଚି ମୃତଦେହକୁ ଚିହ୍ନଟ କରିଥିଲେ। ଏହା ପ୍ରସନ୍ନଜିତଙ୍କର ବୋଲି ଜଣାପଡ଼ିଥିଲା। ଚାକିରିରେ ଅଧିକ ଚାପ ପଡ଼ିବାରୁ ପ୍ରସନ୍ନଜିତ ଆତ୍ମହତ୍ୟା କରିଥିବା ତାଙ୍କ ସଂପର୍କୀୟ ଅଭିଯୋଗ କରିଛନ୍ତି।

ad-week
Leave A Reply

Your email address will not be published.