ରୁଚିକା ମହାନ୍ତି ମୃତ୍ୟୁ ଘଟଣା, ହଷ୍ଟେଲ ଛାତ୍ରୀଙ୍କୁ ପୋଲିସର ପଚରାଉଚରା

add-all

ଭୁବନେଶ୍ବର:ରାଙ୍ଗି ପାଇଁ ରୁଚିକାଙ୍କ ଜୀବନ ଯାଇଥିବାରୁ ବିଜେବି କଲେଜର ଛାତ୍ରୀନିବାସରେ ୧୩୪ ଛାତ୍ରୀଙ୍କୁ ମାରାଥନ ପଚରାଉଚରା ପୋଲିସ କରିଛି। ଏପରିକି ହଷ୍ଟେଲ ଛାଡ଼ି ଚାଲିଯାଇଥିବା ଛାତ୍ରୀ ମାନଙ୍କୁ ଡକା ଯାଇଛି। ବିଜେବି କଲେଜର ଛାତ୍ରୀନିବାସରେ କମିଶନରେଟ ପୋଲିସର ୩ ଜଣିଆ ଟିମ ତନାଘନା କରିଛନ୍ତି ।

ସୁଇସାଇଡ ନୋଟରେ ଲେଖାଯାଇଥିବା ତିନି ଜଣ ସିନିୟର୍ କିଏ ? ରା଼ଙ୍ଗି ସହିନପାରି କଲେଜକୁ ଲିଖିତ ଅଭିଯୋଗ ହୋଇଥିଲେ ସୁଦ୍ଧା କାହିଁକି ଚୁପ ବସିଥିଲା କର୍ତ୍ତୃପକ୍ଷ ? ୧୩୪ ଜଣଙ୍କ ମଧ୍ୟରୁ କିଏ ସେ ୩ ସିନିୟର୍ ଛାତ୍ରୀ? ଯାହା ପାଇଁ ଚାପରେ ରହୁଥିଲେ ରୁଚିକା। ସେ ଜଣେ ମେଧାବୀ ଛାତ୍ରୀ ଥିଲେ । ଲକ୍ଷ୍ୟ ଥିଲା କିପରି ବନିବେ ଆଇଏସ କିମ୍ଵା ଓଏସ। ହେଲେ ସବୁ ସ୍ୱପ୍ନ ଅଧାରେ ରହିଗଲା । ରୁଚିକାଙ୍କ ଆତ୍ମହତ୍ୟା ଉପରୁ ପରଦା ହଟାଇବାକୁ କମିଶନରେଟ ପୋଲିସର ତିନିଜନିଆ ଟିମ ପହଞ୍ଚି ବିଭିନ୍ନ ଦିଗ ପ୍ରତି ତଦନ୍ତ ଆରମ୍ଭ କରିଛନ୍ତି

ରୁଚିକାଙ୍କ ବନ୍ଧୁ ଙ୍କୁ ପଚାରୁଚରା କରାଯାଇଛି। ସିନିୟର ଛାତ୍ରୀଙ୍କୁ ଗୋଟିଏ ଗୋଟିଏ କରି ପୋଲିସର ପଚରାଉଚରା କରିଛି। ହଷ୍ଟେଲ ଭିତରକୁ କିଏ ଆସିଲା କିଏ ଗଲା ରେଜିଷ୍ଟର ବୁକ ପୋଲିସ ଚେକିଂ କରୁଛି । ୱାର୍ଡେନ, ସୁପରିଟେଣ୍ଡେଣ୍ଟ ସମେତ ହଷ୍ଟେଲର କର୍ମଚାରୀ, ରେଷେୟା ମାନଙ୍କୁ ପଚରାଉଚରା କରୁଛି ପୋଲିସ।

ad-week
Leave A Reply

Your email address will not be published.