ସିଡ଼ିରୁ ଗଳି ପଡ଼ିଲେ ଲାଲୁ ପ୍ରସାଦ, ଆଇସିୟୁରେ ଭର୍ତ୍ତି ହେଲେ

add-all

ପାଟନା: ଘର ସିଡ଼ିରୁ ଖସି ପଡ଼ି ଗୁରୁତର ହୋଇଛନ୍ତି ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ। ଏଥିପାଇଁ ତାଙ୍କୁ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ସେ ସିଡ଼ିରୁ ପଡ଼ିଯିବାରୁ ତାଙ୍କ କାନ୍ଧ ଭାଙ୍ଗି ଯାଇଛି। ରବିବାର ରାତିରେ ଲାଲୁ ସିଡ଼ିରୁ ଖସି ପଡ଼ିଥିବା ବେଳେ ସୋମବାର ଭୋର ସମୟରେ ସେ ହସ୍ପିଟାଲରେ ଆଡମିଟ ହୋଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଲାଲୁ ରବିବାର ରାତିରେ ଘର ସିଡ଼ିରୁ ଓହ୍ଲାଉଥିବା ବେଳେ ହଠାତ୍‌ ଭାରସାମ୍ୟ ହରାଇ ଗଳି ପଡ଼ିଥିଲେ। ଫଳରେ ତାଙ୍କ ଡାହାଣ ପଟ କାନ୍ଧ ଭାଙ୍ଗି ଯାଇଛି। ତାଙ୍କର ପ୍ରାଥମିକ ଚିକିତ୍ସା ଘରେ କରାଯାଇଥିଲା। ହେଲେ କାନ୍ଧ ଭାଙ୍ଗିବା ଯୋଗୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ି ଥିଲା। ତେଣୁ ତାଙ୍କୁ ପାଟନାରେ ଥିବା ପାରସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ହସ୍ପିଟାଲରେ ସୁପରିନଟେଣ୍ଡେଣ୍ଟ ଡା ଆସିଫ ରେହମନ କହିଛନ୍ତି, “ଲାଲୁ ଯାବଦ ଆମ ଜରୁରିକାଳୀନ ୱାର୍ଡରେ ଭୋର ପ୍ରାୟ ୩.୩୦ରେ ପହଞ୍ଚିଥିଲେ। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଥିଲା। ଏଥିପାଇଁ ତାଙ୍କୁ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ଗୋଟିଏ ଡାକ୍ତରୀ ଟିମ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି।”
ଦୀର୍ଘଦିନ ହେଲାଣି ଲାଲୁ ପ୍ରସାଦ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରୁଛନ୍ତି। ତାଙ୍କ କିଡ୍‌ନୀ ସମସ୍ୟା ଦିନକୁ ଦିନ ଗୁରୁତର ହେଉଥିବାରୁ ସେ ବିଦେଶରେ ସର୍ଜରୀ ପାଇଁ ଯିବାକୁ ମଧ୍ୟ ଯୋଜନା କରିଥିଲେ। ଏସବୁ ଭିତରେ ହିଁ ଲାଲୁ ପ୍ରସାଦ ସିଡ଼ିରୁ ଖସି ଗୁରୁତର ହୋଇଛନ୍ତି।

ad-week
Leave A Reply

Your email address will not be published.