ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାରୀ ଅଙ୍କିତ ଗିରଫ

add-all

ନୂଆଦିଲ୍ଲୀ: ସିଙ୍ଗରରୁ ରାଜନେତା ବିନିଥିବା ସିଦ୍ଧୁ ମୁସେୱାଲାଙ୍କୁ ଗୁଳି କରି ହତ୍ୟା କରିଥିବା ଅଙ୍କିତ ସିର୍ସାକୁ ଦିଲ୍ଲୀ ପୁଲିସ୍‌ର ସ୍ପେଶାଲ ସେଲ ଗିରଫ କରିବାକୁ ସକ୍ଷମ ହୋଇଛି। ଅଙ୍କିତ ସହ ତା’ର ସହଯୋଗକୁ ମଧ୍ୟ ଗିରଫ କରାଯାଇଛି। ପୁଲିସ କହିଛି ଯେ ସ୍ପେଶାଲ ସେଲର ଅଧିକାରୀ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଓ ଗୋଲ୍ଡୀ ବ୍ରାର ଗ୍ୟାଙ୍ଗର ଦୁଇ କୁଖ୍ୟାତ ଅପରାଧୀଙ୍କୁ ଗିରଫ କରିଛି।
ମେ’ ୨୯ରେ ସିଦ୍ଧୁ ମୁସେୱାଲାଙ୍କ ଉପରକୁ ହୋଇଥିବା ଗୁଳିମାଡ଼ରେ ଘଟଣାରେ ଅଙ୍କିତ ସାମିଲ ଥିଲା। ସେ ମୁସେୱାଲାଙ୍କ ଉପରକୁ ଗୁଳି ମାଡ଼ କରିଥିଲା। ତା’ ନାଁରେ ରାଜସ୍ଥାନରେ ମଧ୍ୟ ଦୁଇଟି ହତ୍ୟା ଉଦ୍ୟମ ମାମଲା ରହିଛି। ତା’କୁ ପୁଲିସ୍ ଦୀର୍ଘଦିନରୁ ଖୋଜୁଥିବା ବେଳେ ଆଜି ଗିରଫ କରିବାକୁ ସକ୍ଷମ ହୋଇଛି। ଅଙ୍କିତ ବ୍ୟତୀତ ତା’ର ସହଯୋଗୀ ସଚିନ ଭିୱାନିକୁ ମଧ୍ୟ ଗିରଫ କରାଯାଇଛି।
ସେ ସିଦ୍ଧୁ ମୁସେୱାଲାଙ୍କୁ ଗୁଳିମାଡ଼ କରିଥିବା ୪ ଶୁଟରଙ୍କୁ ଫେରାର ହେବାରେ ସହଯୋଗ କରିଥିଲା। ଅଙ୍କିତ ଅତ୍ୟନ୍ତ ନିକଟରୁ ମୁସେୱାଲାଙ୍କ ଗୁଳି କରିଥିଲା। ସେ ଘଟଣା ଦିନ ପ୍ରିୟବ୍ରତ ଫୌଜୀ ସହ କାରରେ ରହିଥିଲା। ଏହି କାର ହିଁ ମୁସେୱାଲାଙ୍କ ଗାଡ଼ି ଅଟକାଇଥିଲା। ପରେ ତାଙ୍କୁ ଗୁଳି କରି ଶୁଟରମାନେ ଫେରାର ହୋଇ ଯାଇଥିଲେ। ପ୍ରିୟବ୍ରତ ଫୌଜୀ ଗ୍ୟାଙ୍ଗର ବୋଲେର ମଡ୍ୟୁଲ ମୁଖ୍ୟ ଭାବେ କାମ କରୁଥିଲା ବୋଲି ପୁଲିସ କହିଛି।

ad-week
Leave A Reply

Your email address will not be published.