ଗ୍ରାହକଙ୍କ ପାଇଁ ଖୁସିର ଖବର, କମିଲା ସୁନା ଦର

add-all

ନୂଆଦିଲ୍ଲୀ: ଗ୍ରାହକଙ୍କ ପାଇଁ ଖୁସିର ଖବର ।  କମିଲା ସୁନା ଦର। ଜାତୀୟ ରାଜଧାନୀ ରେ ସୁନା ଗୁରୁବାର ଦିନ ୧୦ ଗ୍ରାମ ପିଛା ୪୩୬ ଟଙ୍କା ହ୍ରାସ ପାଇ ୫୦, ୫୫୧ଟଙ୍କାରେ ପହଞ୍ଚିଛି।  HDFC ସିକ୍ୟୁରିଟି ପକ୍ଷରୁ ଏହି ସୂଚନା ଦିଆଯାଇଛି।  ପୂର୍ବରୁ ୧୦ ଗ୍ରାମ ସୁନା ପ୍ରତି ୫୦,୯୮୭ ଟଙ୍କା ଥିଲା। ତେବେ ରୂପାର ଦର ବୃଦ୍ଧି ପାଇଛି।  ଏକ କେଜି ରୂପା ପ୍ରତି ୨୩୩ ଟଙ୍କା ବୃଦ୍ଧି ପାଇଛି।  ପୂର୍ବରୁ ରୂପା କେଜି  ୫୬, ୫୧୭ ଟଙ୍କା ଥିବା ବେଳେ ଏବେ ଏହା ବୃଦ୍ଧି ପାଇ ୫୬,୭୫୦ରେ ପହଞ୍ଚିଛି। ଅନ୍ତର୍ଜାତୀୟ ବଜାରରେ ସୁଦା ଆଉନ୍ସ ପ୍ରତି  ୧୭୪୩ ଆମେରିକୀୟ ଡଲାରରେ କାରବାର ହେଉଛି।  ସେହିପରି ରୂପା  ଆଉନ୍ସ ପ୍ରତି ୧୯.୩୬ ଆମେରିକୀୟ ଡଲାରରେ କାରବାର ହେଉଛି। ସୁନାର ମୁଲ୍ୟ ଦେଶର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ରହିଥାଏ । ରାଜ୍ୟ ଟିକସ ଓ ଅନ୍ୟାନ୍ୟ ଟିକସ ହେତୁ ସମସ୍ତ ସ୍ଥାନରେ ଗୋଟିଏ ଦାମରେ ସୁନା ମିଳିନଥାଏ ।

ad-week
Leave A Reply

Your email address will not be published.